ଶ୍ରାବଣ ମାସରେ ଅଲୌକିକ ଘଟଣା : ଭକ୍ତଙ୍କ ହାତରୁ ପାଣି ପିଇଲେ ଇସାନେଶ୍ଵରର ମୁଗୁନି ପଥର ବୃଷଭ ….
1 min readକେନ୍ଦ୍ରାପଡା : ଶ୍ରାବଣ ମାସରେ ଘଟିଯାଇଛି ଅଦ୍ଭୁତ ଚତ୍ମକାର । ମୁଗୁନି ପଥରର ବୃଷଭ ପିଉଛନ୍ତି ଭକ୍ତ ହାତରୁ ପାଣି । ଏହା ଭକ୍ତର ଭକ୍ତି ଓ ବିଶ୍ୱାସ ନା ଏସବୁ ପଛରେ ରହିଛି କିଛି ବିଜ୍ଞାନ କାରଣ । ଅନେକ ଏହାକୁ ଶ୍ରାବଣ ମାସରେ ମହାଦେବଙ୍କ ଚତ୍ମକାର କହୁଥିବା ବେଳେ ଅନେକ ଏହାକୁ ବିଜ୍ଞାନର କାରଣ ଦର୍ଶାଇଛନ୍ତି । ଏବଳି ଏକ ଅବିଶ୍ୱସନୀୟ ଘଟଣା
କେନ୍ଦ୍ରାପଡ଼ା ଜିଲ୍ଲା ବାରୁଅ ପଞ୍ଚାୟତର ତରାଣ୍ଡୋ ଗ୍ରାମର ଆରାଧ୍ୟ ଦେବ ଇସାନଶ୍ଵର ମହାଦେବ ମନ୍ଦିରରେ ଦେଖିବାକୁ ମିଳିଛି । ଆଜି ସକାଳୁ ସେହି ଗ୍ରାମର ପ୍ରତାପ ଜେନା ନାମକ ଜଣେ ଶ୍ରଦ୍ଧାଳୁ ତାଙ୍କର ମାନସିକ ମୁତାବକ ମହାପ୍ରଭୁଙ୍କୁ ଗୋଟିଏ ମୁଗୁନି ପଥରର ବୃଷଭ ଦାନ କରିଥିଲେ । ମନ୍ଦିର ପୂଜକ ଯଥା ଵିଧି ଅନୁସାରେ ଵୃଷବକୁ ପୂଜା ପାଠ କରି ସ୍ଥାପନ କରିଥିଲେ । ଏହାର କିଛି ସମୟ ପରେ ଅରୁଆ କଦଳୀବଣ ଗାଁ ର ଜଣେ ବ୍ୟକ୍ତି ଯିଏକି ତରାଣ୍ଡ ମହାଦେବ ପୂଝାରି ଙ୍କ ସମ୍ପରକୀୟ ଫୋନ କରିଥିଲେ ଆମ ଶିବ ମନ୍ଦିରରେ ବୃଷଭ ପାଣି ଦେଲେ ପିଉଛନ୍ତି ।
ଏହା ଶୁଣିଲା ପରେ ପୂଝରୀଙ୍କର କୌତୁହଲ ବଢିଯାଇଥିଲା । ତେବେ ପୂଝରୀ ଜଣଙ୍କ କାଳବିଳମ୍ବ ନକରି ଗଡୁରୁ ଚାମଚ ସାହାଯ୍ୟରେ ପାଣି ବାହାରକରି ବୃଷବଙ୍କ ପାଟି ପାଖରେ ରଖିବାମାତ୍ରକେ ବାସ୍ତବତା ପରି ପଥରର ଵୃଷବ ପାଣି ପିଇ ଯାଇଥିଲେ । ଅନ୍ୟ ପକ୍ଷରେ ଏହି ଖବର ପ୍ରଘଟ ହେବାପରେ ଭକ୍ତଙ୍କ ଭିଡ଼ ଲାଗିଯାଇଥିଲା । ପରେପରେ ତରାଣ୍ଡୋ ଗାଁର ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ କୌତୁହଳ ବଶତଃ ପାଣି ପିଆଇଥିଲେ ବୃଷଭକୁ । ଏହାକୁ କିଛି ଲୋକ ମହାପ୍ରଭୁଙ୍କ ମହିମା ବୋଲି ମତ ପ୍ରକାଶ କରିଛନ୍ତି । କିନ୍ତୁ ନିକଟରେ ଏଭଳି ଘଟଣା ଅନେକ ଜାଗାରେ ଘଟିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହେତୁବାଦୀ ।
ପ୍ରକୃତରେ ଏକ ସମୟରେ ଏପରି ଭିନ୍ନ ଭିନ୍ନ ଅଞ୍ଚଳରେ ପଥରର ବୃଷଭ ପାଣି ପିଇବା ଘଟଣା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଛି ।