ସରିନି ଫେବ୍ରୁଆରୀ, ତାତିଲାଣି ରାଜଧାନୀ : ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ପ୍ରବାହ, ଜାଣନ୍ତୁ କଣ କହୁଛନ୍ତି ପାଣିପାଗ ବିଜ୍ଞାନୀ ..
1 min readଭୁବନେଶ୍ୱର : ଫେବ୍ରୁଆରୀରେ ଅନୁଭୂତ ହେଲାଣି ଅସମ୍ଭାଳ ଖରା । ଦିନ ୧୧ଟା ପରେ ଟାଇଁ ଟାଇଁ ଖରାରେ ଦେହ ମୁହଁ ଶିଝି ଯାଉଛି । ଲାଗୁଛି ଯେମିତି ବସନ୍ତକୁ ଆଡେଇ ଦେଇ ଗ୍ରୀଷ୍ମ୍ର ମାଡି ଆସିଛି ।୧୧ଟା ପରେ ଘରୁ ବାହାରିବା କଷ୍ଟକର ହେଲାଣି । ରାଜଧାନୀ ତାପମାତ୍ରା ଗତ ଦୁଇ ଦିନ ହେଲା ୩୮ଡିଗ୍ରୀ ଉପରେ ରହୁଛି ।ସେପଟେ ରାଜଧାନୀ ବାସୀ ତ୍ରାହି ତ୍ରାହି ଡାକିଲେନି।ସେପଟେ ଭୁବନେଶ୍ବର ପାଣିପାଗ ସୁଚନା ଅନୁସାରେ ଆହୁରି ୩ଦିନ ପ୍ରବଳ ଖରା।
ଦେଶର ଉତ୍ତପ୍ତ ସହର ଭାବେ ୪ର୍ଥ ସ୍ଥାନରେ ଭୁବନେଶ୍ୱର।ଫେବ୍ରୁଆରୀରୁ ହିଁ ଅସହ୍ୟ ତାତି ପରିଲକ୍ଷିତ ହୋଇଥିବା ବେଳେ ଆଜି ଦିନ ୧୧.୩୦ ସୁଦ୍ଧା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗତକାଲି ପାରଦ ୩୮ ଡିଗ୍ରୀ ଛୁଇଁଥିଲା ରାଜଧାନୀରେ। ଏଥିପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ।ଅନୁଗୁଳ, ତାଳଚେର ତାପମାତ୍ରା ୩୭ଡିଗ୍ରୀ ଉପରେ ରହୁଛି । ୧୫ରୁ ଅଧିକ ସହରର ତାପମାତ୍ରା ୩୫ଡିଗ୍ରୀ ଉପରେ ରହୁଛି । ସୋମବାର ଦିନ ଭୁବନେଶ୍ୱରର ତାପମାତ୍ର ୩୫ଦଶମିକ ୩ଡିଗ୍ରୀ ରହିଥିଲା । ଅର୍ଥାତ ମାତ୍ର ଦିନକରେ ରାଜଧାନୀର ତାପମାତ୍ର ୨ଡିଗ୍ରୀରୁ ଅଧକ ବଢ଼ିଯାଇଛି ।ସ୍ଵାଭାବିକ ଠାରୁ ୪ଡିଗ୍ରୀ ଭୁବନେଶ୍ଵରରେ ଅଧିକ ରହୁଛି ଦିନ ତାପମାତ୍ରା। ଗତକାଲି ପାରଦ ୩୮ ଡିଗ୍ରୀ ଛୁଇଁଥିବା ବେଳେ ଆଜି ଦିନ ୧୧.୩୦ ସୁଦ୍ଧା ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।ସେହିପରି ଆଜି ମଧ୍ୟ ୩୮ ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଫେବୃୟାରୀର ମଧ୍ୟଭାଗରେ ସ୍ଵାଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହୁଥିବା ବେଳେ ଦେଶର ୪ର୍ଥ ଉତ୍ତପ୍ତ ସହର ହେଉଛି ଭୁବନେଶ୍ବର। ଦେଶରେ ରାଜସ୍ଥାନର ଫାଲୋଡି ଠାରେ ୩୮.୬ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ସ୍ଥଳଭାଗରେ ଶୁଷ୍କବାୟୁ ପ୍ରବାହକୁ ନେଇ ତାପମାତ୍ରା ବୃଦ୍ଧି ପାଉଛି। ହେଲେ ଏହି ପ୍ରବାହ କ୍ରମାଗତ ଭାବରେ ହେଉନଥିବାରୁ ତାପମାତ୍ରା ପରିବର୍ତ୍ତନ ହେଉଛି। ତେଣୁ ଏଭଳି ପାଗ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପଣିପାଗ କହିଛି। ସେପଟେ ସେପଟେ ଭୁବନେଶ୍ବର ପାଣିପାଗ ସୁଚନା ଅନୁସାରେ ଆହୁରି ୩ଦିନ ପ୍ରବଳ ଖରା।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ଉତ୍ତପ୍ତ ସହର ଗୁଡିକ ଭିତରେ ରହିଛି ରାଜଧାନୀ ଭୁବନେଶ୍ୱର । ରାଜସ୍ଥାନର ଫାଲୋଡି, ମହାରାଷ୍ଟ୍ରର ଅକୋଲା, ଗୁଜୁରାଟର ଆମ୍ରେଲି ପରେ ରହିଛି ଭୁବନେଶ୍ୱର । ପଶ୍ଚିମ ଓ ଉତରଭାରତ ଭଳି ଓଡିଶାରେ ତାତି ଅନୁଭୂତ ହେବା ଚିନ୍ତାର ବିଷୟ ହୋଇଛି । ଗୋଟିଏ ପଟେ ଦୀର୍ଘ ଦିନ ହେବ ବର୍ଷା ନହେବା, ବସନ୍ତରେ ଅସମ୍ଭାଳ ତାତି ଅନୁଭୂତ ହେବା ଚିନ୍ତାକୁ ବହୁଗୁଣିତ କରିଛି ।
ତେବେ ପାଣିପାଗ ବିଜ୍ଞାନୀଙ୍କ ମତରେ ବର୍ତମାନ ଉତର-ପଶ୍ଚିମ ଦିଗରୁ ଶୁଷ୍କ ପବନ ବହୁଛି । ଯାହା ଫଳରେ ତାତି ବଢ଼ୁଛି । ସାମୁଦ୍ରିକ ପବନ ବହିବା ସମ୍ଭାବନା କମ୍ ଥିବାରୁ ଆସନ୍ତା ୫-୬ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭବନା ନାହିଁ । ବରଂ ଆଗକୁ ଦିନର ତାପମାତ୍ରା ଆହୁରି ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ୨୬ପରେ ଗୁଜୁରାଟ, ବିଦର୍ଭ, ମଧ୍ୟପ୍ରଦେଶ ଓ ଛତିଶଗଡରେ ତାପମାତ୍ରା ବଢ଼ିବ । ଏହାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ବଢ଼ିବ । ୧୯୬୩ ମସିହା ଫେବ୍ରୁଆରୀ ୨୩ ଅର୍ଥାତ ଆଜିର ଦିନରେ ଏହିଭଳି ତାତି ଅନୁଭୂତ ହୋଇଥିଲା ।ଅନ୍ୟପଟେ ସାଧାରଣତଃ ପଶ୍ଚିମା ଓ ଦକ୍ଷିଣ ବାୟୁ ଚଳଣକୁ ନେଇ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥାଏ। ଗତକିଛି ଦିନ ହେବ ରାଜ୍ୟ ରେ ପଶ୍ଚିମା ବାୟୁର ଚଳଣ ରହିଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ବିଶେଷ ଭାବେ ଉପକୂଳ ଓଡିଶାରେ ବାୟୁ ପ୍ରବାହ ଯୋଗୁ ତାପମାତ୍ରା ବୃଦ୍ଧି ପାଉଥିବାରୁ ଭୁବନେଶ୍ବରରେ ବଡ଼ ବଡ଼ ବିଲ୍ଡି ସଂଖ୍ୟା ବୃଦ୍ଧି ଓ କଂକ୍ରିଟ୍ ରାସ୍ତାଘାଟ ପାଇଁ ତାପମାତ୍ରା ବୃଦ୍ଧି ପାଉଛି ।ତାକୁ ନେଇ ରାଜଧନୀ ବେଶୀ ଚିନ୍ତିତ।
ଫେବ୍ରୁଆରୀ ସରିନି, ତାତିଲାଣି ରାଜଧାନୀ ଭୁବନେଶ୍ୱର। ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ପ୍ରବାହ। ବାୟୁମଣ୍ଡଳରେ ଆର୍ଦ୍ରତା କମ୍ ଯୋଗୁଁ ଖରା ଅତ୍ୟନ୍ତ ଟାଣ ଥିଲା। ଏଣିକି କ୍ରମାଗତ ଭାବେ ରାଜଧାନୀ ଓ ରାଜ୍ୟର ତାପମାତ୍ରା ବଢ଼ି ଚାଲିବ ଓ ମାର୍ଚ୍ଚ ପହିଲାରୁ ଭୀଷଣ ଗରମ ଆରମ୍ଭ ହୋଇଯିବ। ଵହ ଭୁବନେଶ୍ୱର ରୁ କ୍ୟାମେରା ପର୍ସନ ରାଜୀବ ଦାସ ଙ୍କ ସହ ଦିଲ୍ଲୀପ ସାହୁଙ୍କ ରିପୋର୍ଟ ପ୍ରତିଦିନ ଟିଭି।