ପ୍ରଥମ ଦିନ ଅପେକ୍ଷା ବଢିଛି ଲାଭ; TBMAUJ ଫିଲ୍ମ ଦେଖିବାକୁ ବଢୁଛି ପ୍ରଶଂସକଙ୍କ ଭିଡ….
1 min readରିଲିଜ ହୋଇଛି ସାହିଦ କପୁର ଓ କୃତି ସାନନଙ୍କ ନୂଆ ଫିଲ୍ମ ‘ତେରି ବାତୋଂ ମେଁ ଏସା ଉଲଝା ଜିଆ’ | ଫିଲ୍ମ ରିଲିଜ ପୂର୍ବରୁ ମଧ୍ୟ ଏହା ବହୁ ଚର୍ଚ୍ଚାରେ ଥିଲା | ଫିଲ୍ମର ଏହି ବଡ଼ଦ ନାଁ କୁ ନେଇ ପ୍ରଥମେ ପ୍ରଶଂସକ ତଥା ଦର୍ଶକ ମାନେ ବହୁତ କନଫ୍ୟୁଜ ଥିଲେ | ଏହି ଫିଲ୍ମର ଦର୍ଶକମାନେ ମିଶ୍ରିତ ଭାବରେ ପ୍ରତିକ୍ରିୟା ଦେଇଛନ୍ତି | କେତେକ ଲୋକ ଫିଲ୍ମଟି କମେଡି କାରଣରୁ ବହୁତ ପସନ୍ଦ କରିଥିବା ବେଳେ , କେତେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି ଏହି ଫିଲ୍ମ ଷ୍ଟୋରୀର କିଛି ଲଜିକ ନାହିଁ |
ଫିଲ ରିଲିଜ ହେବାର ପ୍ରଥମ ଦିନରେ ୬.୫୦ କୋଟି ଟଙ୍କା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୯.୫୦ କୋଟି ବ୍ୟବସାୟ କର୍ରିଛି | ଯାହା ପ୍ରଥମ ଦିନ ଅପେକ୍ଷା ଅଧିକ ରହିଛି | ଅମିତ ଯୋଶୀ ଏବଂ ଆରାଧନା ସାହାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ମୋଟ ରୋଜଗାର ବର୍ତ୍ତମାନ ୧୬.୨୦ କୋଟି ଡଲାରରେ ପହଞ୍ଚିଛି।ଆଡ଼ଭାନ୍ସ ବୁକିଂ ଦେଖି ଆକଳନ କରାଯାଉଛି ଯେ ଫିଲ୍ମଟି ୩ ଦିନ ମଧ୍ୟରେ ୨୫-୩୦ କୋଟି ଟଙ୍କା ବ୍ୟବସାୟ କରିବା ବୋଲି ସ୍ପଷ୍ଟୀକରଣ ଦେଉଛନ୍ତି | ଏଥସହ ରବିବାରର ଆକଳନ ଶନିବାର ତୁଳନାରେ ବ୍ୟବସାୟ ଅଧିକ ରହିବ ବୋଲି କୁହାଯାଉଛି |