Pratidin TV

Odisha's Digital News Platform

ପଳାସୁଣି ଛକରେ ଭୟଙ୍କର ଦୁର୍ଘଟଣା , କାର୍‌-ବୁଲେଟ୍‌- ସ୍କୁଟିକୁ ଚାପିଦେଲା ଟ୍ରକ୍ ।

ଭୁବନେଶ୍ୱର ; ରାଜଧାନୀ ପଳାସୁଣି ରେ ଭୟଙ୍କର ସିରିଜ୍ ଦୁର୍ଘଟଣା। ଏକାଧିକ ଗାଡି ଉପରେ ଚଢିଗଲା ଟ୍ରକ୍ ।ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ପଳାସୁଣି ଛକରେ ସିରିଜ୍ ଦୁର୍ଘଟଣା ଘଟିଛି । ହାଇସ୍ପିଡ୍‌ରେ ଆସି ଏକ ଟ୍ରକ୍ କାର୍ –ବୁଲେଟ୍ ଓ ଏକ ସ୍କୁଟିକୁ ଗୁଣ୍ଡ କରିଦେଇଛି ।

ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ୫ ଜଣ ଆହତ ଥିବା ଜଣାପଡିଛି । ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲସି ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ୍ କରିବା ସହ ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି ।

ଅନ୍ୟପଟେ ଉତ୍ୟକ୍ତ ଲୋକମାନେ ପଳାସୁଶିଛକରେ ରାସ୍ତା ଅବରୋଧ କରିଛନ୍ତି । ଯାହାଙ୍କୁ ପୋଲିସ ବୁଝାସୁଝା କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *