ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା, ତଳେ ପଡ଼ି ହୁତୁ ହୁତୁ ହୋଇ ଜଳିଲା; ୬୨ ମୃତ
1 min readବ୍ରାଜିଲ ଭୟଙ୍କର ବିମାନ ଦୁର୍ଘଟଣା | ଚାଲିଗଲା ୬୨ ଜଣଙ୍କ ଜୀବନ | ବିମାନ ତଳେ ପଡି ହୁତୁ ହୁତୁ ହୋଇ ଜଳିଲା ବିମାନ | ତେବେ ବ୍ରାଜିଲର ସାଓ ପାଓଲୋରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୬୨ ଜଣ ଯାତ୍ରୀ ଥିଲେ। ମୃତକଙ୍କ ମଧ୍ୟରେ ୫୮ ଜଣ ଯାତ୍ରୀ ଓ ୪ ଜଣ କ୍ରିଉ ମେମ୍ବର ଥିବା ଜଣାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ବ୍ରାଜିଲର ଆଞ୍ଚଳିକ ଏୟାରଲାଇନ୍ ଭୋଏପାସର ୨୨୮୩-ପିଏସ୍-ଭିପିବି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏୟାରଲାଇନ୍ସ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଦୁର୍ଘଟଣା ସମୟରେ ବିମାନରେ ୫୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ମେମ୍ବର ଥିଲେ। ଆବାସିକ ଅଞ୍ଚଳରେ ଏହି ଘଟଣା ଘଟିଛି।
ତେବେ ଏଇ ଦୁର୍ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି | ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଏହି ବିମାନ ଆକାଶରୁ ତଳକୁ ଖସି ଆସୁଛି ଏବଂ ଧକ୍କା ହୋଇ ଜୋରଦାର ବିସ୍ଫୋରଣ କରୁଛି। ଏହି ଦୁର୍ଘଟଣାରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁଯାୟୀ, ବିମାନଟି କାସ୍କାବେଲରୁ ସାଓ ପାଓଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ସାଓ ପାଓଲୋଠୁ ପ୍ରାୟ ୮୦ କିମି ପୂର୍ବରୁ ବିମାନଟି ବିନହେଡୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ବିମାନଟି କଣ୍ଟ୍ରୋଲ ରୁମ୍ ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲା।
ବିନହେଡୋ ସହରରେ ବିମାନଟି ଉଡ଼ୁଥିବା ବେଳେ ଜନବସତି ଅଞ୍ଚଳ ଉପରେ ଅନିୟନ୍ତ୍ରିତ ହୋଇ ଚକ୍କର କାଟିବାକୁ ଲାଗିଲା। ଏହାପରେ ବିମାନଟି ତଳେ ଖସି ପଡ଼ିଥିଲା। ଏହାପରେ ସେଠାରୁ ମୋଟା ଆସ୍ତରଣର କଳା ଧୂଆଁ ବାହାରିବା ସହ ବିମାନରେ ନିଆଁ ଲାଗି ଯାଇଥିଲା। ସୂଚନା ମିଳିବା ପରେ ପୋଲିସ ଓ ଅଗ୍ନିଶ୍ରମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ | ଏହାପରେ ବିମାନ ଭଗ୍ନାବଶେଷ ମଧ୍ୟରୁ ୬୨ ଜଣଙ୍କର ମୃତଦେହ ଉଦ୍ଧାର କରିଛନ୍ତି |
ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ଖବର ପାଇଁ ଦୁଃଖ ପ୍ରକାଶ କରିଛନ୍ତି | ତେବେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ମିନିଟ୍ ନୀରବତା ଅବଲମ୍ବନ କରିଥିଲେ ।
|