Pratidin TV

Odisha's Digital News Platform

ସ୍ୱାମୀ-ସ୍ତ୍ରୀଙ୍କ ଭୟଙ୍କର ଆତ୍ମହତ୍ୟା , ନିଜକୁ କରେଣ୍ଟ ଲଗାଇ ହାରିଲେ ଜୀବନ । ବନ୍ଦ ଘରୁ ମିଳିଲେ ଏଭଳି ଅବସ୍ଥାରେ ……

ସକାଳୁ ସକାଳୁ ବାଲେଶ୍ୱରରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଘଟଣା । ବନ୍ଦ ଘରୁ ସ୍ୱାମୀ –ସ୍ତ୍ରୀଙ୍କ ଭୟଙ୍କର ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତମପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ମନୋଜ ମହାକୁଡ ଓ ସସ୍ମିତା ମହାକୁଡ । ଦୁହେଁ ଗତ ରାତିରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ରବିବାର ଅପରାହ୍ମରେ ଦୀର୍ଘ ସମୟ ଧରି ମନୋଜ ଓ ସସ୍ମିତା କବାଟ ଖୋଲି ନଥିବାରୁ କବାଟ ତାଡି ଭିତରକୁ ଫସିଥିଲେ ପରିବାର ଲୋକେ । ମୃତଦେହ ଉଦ୍ଧାର କରିବା ସମୟରେ ଦୁହିଁଙ୍କ ଦେହରେ ବିଦ୍ୟୁତ୍ ତାର ଗୁଡାଇ ହୋଇଥିଲା ।

ଯେଉଁଥିରେ କରେଣ୍ଟ ଥିଲା ତାକୁ ଛୁଇଁବା ମାତ୍ରେ ସକ୍ ମଧ୍ୟ ଲାଗିଥିଲା ପରିବାର ଲୋକଙ୍କୁ । ଏନେଇ ପରିବାର ତୁରନ୍ତ ଥାନାକୁ ଖବର ଦେଇଥିଲେ । ସିମୁଳିଆ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଦୁହିଁଙ୍କ ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *