ପାରିବାରିକ ସଂଘର୍ଷର ଭୟଙ୍କର ପରିଣତି ; ବହିଲା ରକ୍ତ ନଦୀ ,ଗଡ଼ିଲା ମୁଣ୍ଡ….
1 min readପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟ ନଗର ପଂକାଳ ବାଡ଼ି ଗାଁରେ ଘଟିଥିବା ପାରିବାରିକ କଳହର ଭୟଙ୍କର ରୂପ ସାମ୍ନାକୁ ଆସିଛି । ୨ ପରିବାର କଳହରୁ ଗଡିଛି ୨ ଭାଇଙ୍କ ମୁଣ୍ଡ । ମୃତକ ଦୁଇଜଣ ହେଲେ ପଙ୍କଳ ବାଡ଼ିର ମିଥୁନ ଭୂୟାଁ ଓ ତାଙ୍କ ମାଉସୀ ପୁଅ ଭାଇ ହିଞ୍ଜିଳି କାଟୁ ନୂଆଗଡ ର ଲିପୁନ ସ୍ୱାଇାଁ ଗଣ୍ଡଗୋଳରେ ଅପର ପକ୍ଷର ୨ ଜଣ ଆହତ ହୋଇ ଏବେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଗୋଟିଏ ବଂଶ ର ଦୁଈ ପରିବାରର ମଧ୍ୟରେ ଘଟିଛି ଏଭଳି ଭୟଙ୍କର ରକ୍ତାକ୍ତ ସଂଘର୍ଷ । ଖବର ଅନୁଯାୟୀ ଅଭିଯୁକ୍ତ ଉକ୍ତ ପରିବାରର ଜାନକୀ ଭୂୟାଁ ଓ ତାଙ୍କ ପୁଅ କିଛି ଦିନ ତଳେ ଜେଲରୁ ଫେରିଥିଲେ । ପୂର୍ବରୁ ମିଥୁନ ଉପରେ ରାଜନୈତିକ କଳହ କୁ ନେଇ ଥିବା ହିଂସା ଘନୀଭୂତ ହୋଇ ଉଗ୍ରରୂପ ନେଇଥିଲା । ମିଥୁନ କବିସୂର୍ଯ୍ୟନଗରରୁ ବାଇକ ଯୋଗେ ପଂକଳବାଡି ଗାଁ ଫେରୁଥିଲା । ଏହି ସମୟରେ ସୁଯୋଗ ଦେଖି ଜାନକୀ ଭୂୟାଁ ଓ ତାର କିଛି ସହଯୋଗୀ ମିଥୁନ ଓ ଲିପୁନ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ଉକ୍ତ ସ୍ଥାନରେ ଟଳିପଡିଥିଲେ ଦୁଇଭାଇ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପୋଲିସ ଦୁଇ ଗୁରୁତରଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଆମ୍ବୁଲାନ୍ସ ଯୋଗେ ଏମକେସିଜି ପଠାଇଥିଲେ ।
ତେବେ ଡାକ୍ତର ସେଠାରେ ଦୁହିଙ୍କୁ ମୃତ ଘୋଷଣା କରିଥିଲା । ଅନ୍ୟପଟେ ପୋଲିସ ଆହତ ଦୁଇଜଣଙ୍କୁ ହେଫାଜତରେ ରଖିଥିବା ବେଳେ ଆକ୍ରମଣକାରି ଖସି ପଳାଇଥିଲେ । ସମୃକ୍ତ ଘଟଣାକୁ ନେଇ ଗାଁଟି ପୁରା ଜନଶୂନ୍ୟ ହୋଇଯାଇଛି ଭୟରେ ଲୋକ ଘରୁ ବାହାରୁନଥିବା ଜଣାପଡିଛି । ଏହାସହ ପୋଲିସ ଛାଉଁଣୀ ମଧ୍ୟ ଦେଖିବାକୁ ମିଳିଛି । ଏନେଇ ଘଟଣା ସମ୍ପର୍କରେ ଗ୍ରାମବାସୀ ଓ ପୋଲିସ ଠାରୁ ସ୍ପଷ୍ଟ ସୂଚନା ମିଳିନାହିଁ ।