Pratidin TV

Odisha's Digital News Platform

ମଣିପୁରରେ ଆତଙ୍କବାଦୀ ଆକ୍ରମଣ….ସହିଦ ହୋଇଗଲେ ୨ CRPF ଯବାନ

1 min read

ଯବାନ ଶୋଇଥିବା ବେଳେ ଆକ୍ରମଣନ କଲେ ଆତଙ୍କବାଦୀ | ଚାଲିଗଲା ୨ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) କର୍ମଚାରୀ ସହିଦ | ପୁଣି ଥରେ ଅଶାନ୍ତ ହୋଇଛି ମଣିପୁର।ଏପରି ସାଂଘାତିକ ଘଟଣା ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରଣସେନାରେ ଘଟିଛି |

ଗତରାତିରେ ଶୋଇଥିବା ବେଳେ ଫାଇଦା ଉଠାଇ ଆତଙ୍କବାଦୀମାନେ କରିଛନ୍ତି ଅତର୍କିତ ଆକ୍ରମଣ | ୨ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ତେବେ ୨ ସହିଦ ହୋଇଥିବା କର୍ମଚାରୀ ହେଲେ ସିଆର୍‌ପିଏଫ୍‌ର ସବ୍‌ ଇନ୍‌ସ୍ପେକ୍ଟର ଏନ୍‌ ସରକାର ଓ ଏବଂ ହେଡ୍‌ କନ୍‌ଷ୍ଟେବଲ୍‌ ଅରୁପ ସାଇନି ଏବଂ ଏହି କର୍ମଚାରୀମାନେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରସେନା ଅଞ୍ଚଳରେ ନିୟୋଜିତ ସିଆର୍‌ପିଏଫ୍‌ର ୧୨୮ ବାଟାଲିୟନର ଥିଲେ ବୋଲି ସୂଚନା ମିଳିଛି । ଆହତ କର୍ମଚାରୀ ହେଉଛନ୍ତି ଇନ୍‌ସ୍ପେକ୍ଟର ଯାଦବ ଦାସ ଓ କନ୍‌ଷ୍ଟେବଲ୍‌ ଅଫ୍‌ତାବ ହୁସେନ।

ତେବେ ସୂଚନା ମୁତାବକ କ୍ୟାମ୍ପକୁ ଟାର୍ଗେଟ କରି ମାଓବାଦୀମାନେ ପାହାଡରୁ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ। ଏହା ପ୍ରାୟ ୧୨.୩୦ ରୁ ଆରମ୍ଭ ହୋଇ ପ୍ରାୟ ୨.୧୫ ପର୍ଯ୍ୟନ୍ତ ଜାରି ରହିଥିଲା। ମାଓବାଦୀମାନେ ବୋମା ମଧ୍ୟ ଫିଙ୍ଗିଥିଲେ। ପରେ ଏହା ଯୋଗୁଁ ସହିଦ ହୋଇଯାଇଥିଲେ ୨ ଯବାନ |

Leave a Reply

Your email address will not be published. Required fields are marked *