Pratidin TV

Odisha's Digital News Platform

ସେନା କ୍ୟାମ୍ପ ଉପରେ ଆତଙ୍କୀ ହମ୍‌ଲା, ୬ ଯବାନ ଆହତ

1 min read

କ୍ୟାମ୍ପରେ ଯବାନମାନେ ଶୋଇଥିବା ବେଳେ ଆତଙ୍କ କଲେ ଆତଙ୍କବାଦୀ | ୩ ଦିନରେ ଜମ୍ମୁ-କାଶ୍ମୀରରେ ତୃତୀୟ ଥର ପାଇଁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି | ଡୋଡା ଆର୍ମି କ୍ୟାମ୍ପରେ ଆତଙ୍କବାଦୀ ଗୁଳି ମାଡ଼ରେ ଯବାନଙ୍କ ସମେତ ମୋଟ ୬ ଜଣ ଆହତ ହୋଇଛନ୍ତି |

ସୂଚନା ଅନୁଯାୟୀ, ଗତକାଲି ରାତି ଜୁନ ୧୧ ତାରିଖ ରାତିରେ ମଧ୍ୟ ଜମ୍ମୁ କାଠୁଆର ହୀରାନଗର ଅଞ୍ଚଳରେ ଆତଙ୍କୀ ହମଲା ହୋଇଥିଲା । ଆତଙ୍କୀ ମାନେ ଆକ୍ରମଣ କରି ଫେରାର ହୋଇଥିବା ବେଳେ ସେନା ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଯବାନ ମାନେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଡ୍ରୋନ ମାଧ୍ୟମରେ ଆତଙ୍କୀ ଗତିବିଧି ଉପରେ ନଜର ରଖାଯାଇଛି ।

ଏହା ପୂର୍ବରୁ ଜୁନ୍ ୯ ତାରିଖରେ ରିଆସି ଠାରେ ତୀର୍ଥଯାତ୍ରୀ ବସ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ, ଏହି ଆକ୍ରମଣରେ ୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *