Pratidin TV

Odisha's Digital News Platform

ଥମୁନି ଗଧିଆଙ୍କ ଆତଙ୍କ , ବାରଣ୍ଡାରେ ଶୋଇଥିବା ମହିଳାଙ୍କୁ ଘୋଷାଡିନେଲା ..

ଉତ୍ତରପ୍ରଦେଶ ବାହରାଇଚ୍ରେ ଥମୁନି ଗଧିଆ ଆତଙ୍କ । ଏଯାବତ ବନ ବିଭାଗ ୫ଟି ଗଧିଆଙ୍କୁ କାବୁ କରି ସାରିଥିବା ବେଳେ ସେମାନଙ୍କ ସର୍ଦ୍ଦାର ଛୋଟା ଗଧିଆଟି ଭୟଙ୍କର ଆତଙ୍କ ଖେଳାଇଛି । ଗତ ୨ ଦିନ ମଧ୍ୟରେ ସର୍ଦ୍ଦାର ଗଧିଆଟି ୩ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଛି । ସେଥିରୁ ଜଣେ ମହିଳା ଥିବା ବେଳେ ୨ ନାବାଳକ ଅଛନ୍ତି ।

ଗତ ୧୦ ତାରିଖରେ ବନ ବିଭାଗ ପଞ୍ଚମ ଗଧିଆକୁ ଧରିଥିଲେ। ଏହାପରେ ବାହାରେ ରହି ଯାଇଥିବା ଏକମାତ୍ର ଗଧିଆ ଉତ୍ତ୍ୟକ୍ତ ହେବା ସହ ଭୟଙ୍କର ହୋଇ ଉଠିଛି। ସେହିଭଳି ଗତକାଲି ରାତିରେ ବାହରାଇଚ୍ ଗ୍ରାମ ପଞ୍ଜାୟତ ଭବାନୀପୁର ଗ୍ରାମରେ ଜଣେ ମହିଳା ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ହଠାତ୍ ଏକ ଗଧିଆ ପଶି ତାଙ୍କ ବେକକୁ ଆକ୍ରମଣ କରି ଟାଣିନେବାରେ ଲାଗିଥିଲା ।

ଏହି ସମୟରେ ମହିଳା ଜଣଙ୍କ ଜୋର ଚିତ୍କାର କରିବାର ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଗଧିଆକୁ ଘୋଉଡାଇ ମହିଳାଙ୍କୁ ତୁରନ୍ତ ସିଏଚ୍‌ସି ହସ୍ପିଟାଲ ରେ ଭର୍ତ୍ତି କରାଇଥିଲେ । କିନ୍ତୁ ମହିଳାଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ସେ ନିଜ କଥା କହିବାର ଶକ୍ତି ହରାଇବସିଥିବା କହିଛନ୍ତି ଡାକ୍ତର । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *