Pratidin TV

Odisha's Digital News Platform

ପ୍ୟାରିସ ଅଲିମ୍ପିକ୍ସରେ ଆତଙ୍କବାଦୀ ଭୟ ! ସୁରକ୍ଷା ପାଇଁ କଡାକଡି ବ୍ୟବସ୍ଥା

1 min read

ଆଜିଠୁ ପ୍ଯାରିସ୍ ଅଲିମ୍ପିକ୍ସ। ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ଆରମ୍ଭ ହେଉଛି କ୍ରୀଡ଼ାର ଏହି ମହାକୁମ୍ଭ ଅଲିମ୍ପିକ୍ସ। ଅଲିମ୍ପିକ୍‌ସ ଇତିହାସରେ ପ୍ରଥମଥର ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ ବରଂ ନଦୀରେ ଅନୁଷ୍ଠିତ ହେବ। ପ୍ୟାରିସ୍ ସହର ମଧ୍ୟ ଦେଇ ବହିଯାଇଥିବା ସେନ୍ ନଦୀରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।

ଆଜିଠାରୁ ଆରମ୍ଭ କରି ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଅଲମ୍ପିକ୍ସର ସୁରକ୍ଷା, ଫ୍ରାନ୍ସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅଲମ୍ପିକ୍ସ ପାଇଁ ପ୍ୟାରିସରେ ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅଲମ୍ପିକ୍ସ ଇତିହାସରେ ଏହା ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଲମ୍ପିକ୍ସ ବୋଲି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି। ବିଶ୍ବରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଏହି ଭୟକୁ ଅଧିକ ବଢାଇ ଦେଇଛି। ସୁରକ୍ଷା ପାଇଁ ପ୍ୟାରିସକୁ ହାଇ ଆର୍ଲଟରେ ରଖିଯାଇଛି। ୪ ସ୍ତପାହ ଧରି ହେବାକୁ ଥିବା ଏହି ଅଲିମ୍ପିକ୍ସରେ ସୁରକ୍ଷା ଦାୟୀତ୍ବରେ ୩୦ ହଜାରରୁ ୪୫ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅକ୍ଟୋବର ୭, ୨୦୨୩ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ହୋଇଛି | ଇସ୍ରାଏଲକୁ ସମର୍ଥନ କରୁଥିବା ପାଶ୍ଚାତ୍ୟ ଦେଶ ଉପରେ ହମାସର ରାଗ | ୟୁରୋପରେ ଆଣ୍ଟି-ଇସଲାମିକ୍ ପରବେଶ ଅନ୍ୟ ଏକ କାରଣ ହୋଇପାରେ |

ଆଜି ନଦୀରେ ୮୦ରୁ ୧୦୦ ନୌକାରେ କ୍ରୀଡ଼ାବିତ୍‌ଙ୍କ ପରେଡ୍‌ ହେବ। ୨୦୬ଟି ପ୍ରତିଯୋଗୀ ଦେଶଙ୍କ ପ୍ରତିନିଧି ସୁସଜ୍ଜିତ ନୌକାରେ ସହର ପରିକ୍ରମା କରିବେ। ନଦୀର ଉଭୟ ପାର୍ଶ୍ବରେ ରହି ପ୍ୟାରିସ୍‌ବାସୀ କ୍ରୀଡ଼ାବିତ୍‌ଙ୍କ ଏହି ଅଭିନବ ଯାତ୍ରା ଦେଖିବେ। ଏହି ଯାତ୍ରାରେ ସାମିଲ ହେବେ ୮୦ରୁ ୧୦୦ ନୌକା। ସେନ ନଦୀରେ ପ୍ରାୟ ୬ କିଲୋମିଟର ଯାତ୍ରା କରିବେ। ଏଫିଲ୍ ଟାୱର ନିକଟସ୍ଥ ପଣ୍ଟ୍ ଡି ଲୋନା ନିକଟରେ ପ୍ରତିଯୋଗୀଙ୍କର ଏହି ନୌକା ଯାତ୍ରା ସମ୍ପନ୍ନ ହେବ। ଐଫେଲ୍‌ ଟାୱର ନିକଟରେ ଥିବା ଚାମ୍ପିଅନ୍‌ ପାର୍କକୁ ଏକ ଅସ୍ଥାୟୀ ଷ୍ଟାଡିୟମ୍‌ରେ ପରିଣତ କରାଯାଇଛି। ଏହି ଷ୍ଟାଡିୟମ୍‌ରେ ପ୍ୟାରିସ୍‌ ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହିଠାରେ ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଅଲିମ୍ପିକ୍‌ସର ଶୁଭାରମ୍ଭ କରିବେ |

Leave a Reply

Your email address will not be published. Required fields are marked *