Pratidin TV

Odisha's Digital News Platform

ସ୍ଥଗିତ ରହିଲା ମସ୍କଙ୍କ ଭାରତ ଗସ୍ତ..ଏହି କାରଣ ପାଇଁ ଅଧାରେ ରହିଲା ଏଲନ-ମୋଦିଙ୍କ ଭେଟ

1 min read

ଟେସଲା ମୁଖ୍ୟ ତଥା ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ଏଲନ୍ ମସ୍କ ତାଙ୍କର ବହୁ ପ୍ରତୀକ୍ଷିତ ଭାରତ ଗସ୍ତକୁ ସ୍ଥଗିତ ରଖିଛନ୍ତି। ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲନ୍ ମସ୍କ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଥିଲା କାର୍ଯ୍ୟକ୍ରମ ସ୍ଥଗିତ ରହିଛି । ଭାରତ ଯାତ୍ରା ସ୍ଥଗିତ ରଖିବାର କାରଣ ବର୍ଣ୍ଣନା କରି ମସ୍କ କହିଛନ୍ତି ଯେ ସେ ବର୍ତ୍ତମାନ କମ୍ପାନୀର କାର୍ଯ୍ୟରେ ବହୁତ ବ୍ୟସ୍ତ ଅଛନ୍ତି ତେଣୁ ଏବେ ଭାରତକୁ ଆସିବା ସମ୍ଭବ ହେବ ନାହିଁ । ଏଲନ୍ ମସ୍କ ଟ୍ୱିଟରରେ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ଟେସଲା ଦାୟିତ୍ୱବୋଧ ଯୋଗୁଁ ଭାରତ ଯାତ୍ରା ବିଳମ୍ବିତ ହୋଇଛି, କିନ୍ତୁ ମୁଁ ଏହି ଯାତ୍ରା ପାଇଁ ବହୁତ ଆଗ୍ରହୀ |

ତେବେ ସୂଚନା ରିପୋର୍ଟ ଅନୁସାରେ, ଏପ୍ରିଲ ୨୩ ରେ ଆମେରିକାର ପ୍ରଥମ ତ୍ରୟମାସିକ ପ୍ରଦର୍ଶନ ସମ୍ମିଳନୀରେ ଯୋଗ ଦେବାର ଅଛି | ଯଦି ମସ୍କ ୨୧ ଓ ୨୨ ରେ ଭାରତ ଗସ୍ତ କରିଥାନ୍ତେ ତେବେ ହୋଇଥାନ୍ତି କଷ୍ଟକର | ଏଥିପାଇଁ ତାଙ୍କର ଭାରତ ଯାତ୍ରା ସ୍ଥଗିତ ରଖାଯାଇଥିବା ନେଇ ଅନୁମାନ କରାଯାଉଛି |

ଗତ ସପ୍ତାହରେ ମସ୍କ କହିଥିଲେ ଯେ ସେ ଭାରତ ଯାଉଛନ୍ତି ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ଆଶା କରଯାଉଛି ଯେ ଏଲନ୍ ମସ୍କ ଭାରତରେ ଏକ କାରଖାନା ନିର୍ମାଣ ପାଇଁ ୨-୩ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ଘୋଷଣା କରିବ। ଏହା ପୂର୍ବରୁ କୁହାଯାଇଥିଲା ଯେ କମ୍ପାନୀର ଅନ୍ୟ ଅଧିକାରୀମାନେ ମଧ୍ୟ ମସ୍କ ସହିତ ଭାରତ ଆସିପାରିବେ।

Leave a Reply

Your email address will not be published. Required fields are marked *