Pratidin TV

Odisha's Digital News Platform

ଯୋଗ ସହ ଘରକାମ କଲା ହ୍ୟୁମାନଏଡ୍‌ ରୋବଟ୍ ; ଭିଡିଓ ସେୟାର କଲେ ଟେସଲା ମାଲିକ ଏଲନ ମସ୍କ …

1 min read

ନୂଆଦିଲ୍ଲୀ ; ନିକଟରେ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ରୋବଟ୍ ସୂର୍ଯ୍ୟନମସ୍କାର କରୁଥିବାର ନଜର ଆସିଛି । ଏହା ସହ ପରେ ପରେ ସେ ଘରର ଅନେକ କାମ ମଧ୍ୟ କରୁଛି । ତେବେ ଏହି ଭିଡିଓଟିକୁ ଟେସଲା ମାଲିକ ଏଲନ ମସ୍କ ନିଜେ ସେୟାର କରିଛନ୍ତି । ତା ଛଡା ଭିଡିଓଟି ଟେସଲାର ଅଫିସିଆଲ ଆକାଉଣ୍ଟରୁ ମଧ୍ୟ ସେୟାର କରାଯାଇଛି । ଟେସଲା ଅପ୍ଟିମସ୍ ଦ୍ୱାରା ପ୍ରସ୍ତୁତ ଭିଡିଓ ଅନୁସାରେ ଏହି ରୋବଟର ହାତ ଗୋଡ ଆପେ ଆପେ କାମ କରିବ ଠିକ୍ ଫିଲ୍ମରେ ଦେଖାଦେଇଥିବା ଏଆଇ ରୋବର୍ଟ ଭଳି ।

ଉଲ୍ଲେଖଯୋଗ୍ୟ, ଭିଡିଓରୁ ଜଣାପଡିଛି ଯେ ଟେସଲାବଟ୍ ବର୍ତ୍ତମାନ ଟେସଲା କାର ପରି ସମାନ ଏଣ୍ଡ-ଟୁ-ଏଣ୍ଡ ନ୍ୟୁରାଲ ନେଟୱାର୍କରେ ଚାଲୁଛି, ଯାହା ଭିଡିଓ ଇନପୁଟ୍ ପ୍ରକ୍ରିୟାକରଣ ଏବଂ ନିୟନ୍ତ୍ରଣ ଆଉଟପୁଟ୍ ସୃଷ୍ଟି କରିପାରିବ।

ସିଇଓ ଏଲୋନ୍ ମସ୍କ ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି, ‘ପୋଗ୍ରେସ’। ରୋବଟର ନୂତନ ଦକ୍ଷତା ଦ୍ୱାରା ଇଣ୍ଟରନେଟ୍ ବ୍ୟବହାରକାରୀମାନେ ପ୍ରଭାବିତ ହୋଇଥିଲେ । ଜଣେ । ଉପଭୋକ୍ତା କହିଛନ୍ତି, ” ଅପ୍ଟିମସ୍ ଏତେ ସୁଗମ ଅଟେ । ମୁଁ ପ୍ରଭାବିତ ହୋଇଛି। ” ଆଉ ଜଣେ କହିଛନ୍ତି ଯେ ‘ଙଗଏ ଏହା ଟେସଲା ଦଳର ଆଶ୍ଚର୍ୟ୍ୟଜନକ ଅଗ୍ରଗତି ବହୁତ ବଢିଆ।

ତେବେ ହ୍ୟୁମାନେଟିକ୍ ରୋବଟ୍ ପ୍ରସ୍ତତ ସହ କାର୍ଯ୍ୟରେ ଟେସଲା ଏବେ ଖୁବ୍ ଆଗରେ । ଏସବୁ ଭିଡିଓରୁ ଜଣାପଡିଛି ଯେ ଏଲନ ମସ୍କ ଖୁବ୍ ଶୀଘ୍ର ମାର୍କେଟରେ ଏହି ହୁମାନ ରୋବର୍ଟକୁ ଠିଆ କରାଇବେ ।

Leave a Reply

Your email address will not be published. Required fields are marked *