Pratidin TV

Odisha's Digital News Platform

ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା….ଜାଣନ୍ତୁ କେଉଁ ନେତା ଦେଲେ କେଉଁଠି ଭୋଟ ?

1 min read

ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଶେଷ ହୋଇଛି । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଆଜି ଭୋଟ ଗ୍ରହଣ ହୋଇଛି । ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୭ କୋଟିରୁ ଅଧିକ ଭୋଟର୍ । ଏଥିପାଇଁ ହୋଇଥିଲା ୧ଲକ୍ଷ ୮୫ ହଜାର ବୁଥ୍ ।

ଆଜିର ତୃତୀୟ ପର୍ଯ୍ୟାୟରେ ବହୁ ହେଭିୱେଟ ନେତାଙ୍କ ହୋଇଛି ଭାଗ୍ୟ ପରୀକ୍ଷା | ତେବେ ନେତାଙ୍କ ଭାଗ୍ୟ ପରୀକ୍ଷା ସହ ନିଜେ ଭୋଟ ଦେଇଛନ୍ତି ଏହି ବଡ ବଡ ନେତା | ବିଭିନ୍ନ ଦଳର ଟାଣୁଆ ନେତାମାନେ ନିଜ ମତ ସାଵସ୍ତ୍ୟ କରିଛନ୍ତି | ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ | ତୃତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଗୋଆ ଏବଂ ଦାଦ୍ରା ନଗର ହାଭେଳି ଓ ଡାମନ ଡିଉ ପାଇଁ ଭୋଟ ଗ୍ରହଣ ହୋଇଥିଲା | ଆସନ୍ତୁ ତେବେ ଜାଣିବେ କେଉଁ ନେତା କେଉଁଠି ଦେଲେ ଭୋଟ |

Advertisement

ତେବେ ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ସକାଳୁ ଗୁଜୁରାଟର ଅହମଦାବାଦ ସ୍ଥିତ ଭୋଟ ପାଇଁ ପହଞ୍ଚିଥିଲେ | । ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଭୋଟ ଦେଇଥିଲେ | ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧିନଗର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଅହମ୍ମଦାବାଦର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ କର୍ଣ୍ଣାଟକର କାଲବୁର୍ଗିରେ ଏକ ମତଦାନ କେନ୍ଦ୍ରରେ ଦେଇଛନ୍ତି ଭୋଟ |

ମଧ୍ୟପ୍ରଦେଶ ବିଦିଶାରୁ ବିଜେପି ପ୍ରାର୍ଥୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଦେଇଛନ୍ତି ଭୋଟ | ହୁବୁଲିର ଏକ ମତଦାନ କେନ୍ଦ୍ରରେ କର୍ଣ୍ଣାଟକର ଧରାୱାଡରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲ୍ଲାଦ ଜୋଶୀ ନିଜ ପରିବାର ସହ ଭୋଟ ଦେଇଛନ୍ତି | ଏନସିପି ପ୍ରାର୍ଥୀ ସୁପ୍ରିୟା ସୁଲେ ବାରାମତିରେ ଏକ ପୋଲିଂ ବୁଥରେ ମତଦାନ ଦେଇଛନ୍ତି |

Leave a Reply

Your email address will not be published. Required fields are marked *