Pratidin TV

Odisha's Digital News Platform

ମଝି ସମୁଦ୍ରରେ ଲାଗିଲା ନିଆଁ ଜଳିଲା ଡଙ୍ଗା ଜୀବନ , ଭୟରେ ସମୁଦ୍ରକୁ ଡେଇଁଲେ ଯାତ୍ରୀ ..

1 min read

ସମୁଦ୍ର ମଝିରେ ହଠାତ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଲା ଡଙ୍ଗା । ପ୍ରବଳ ନିଆଁ ଓ ଧୂଆଁ ଉଠିଲା । ଆଉ ଏହି ନିଆଁ ରୁ ବର୍ତ୍ତିବା ପାଇଁ ମଝି ସମୁଦ୍ର କୁ ଡେଇଁଲେ ଯାତ୍ରୀ । ସୌଭାଗ୍ୟବଶତଃ ଡଙ୍ଗାରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ ସୁରଟ ଥାନି ପ୍ରଦେଶରୁ ଏକ ଡଙ୍ଗା ଥାଇ ଉପକୂଳର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ କୋହ ତାଓରେ ପହଞ୍ଚିବାକୁ ଯାଉଥିଲା । ହଠାତ ଡଙ୍ଗାରେ ନିଆଁ ଲାଗିଯିବା ସହ ଏକ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ ଯାତ୍ରୀମାନେ । । ପାଞ୍ଚ ମିନିଟରୁ କମ୍ ସମୟ ମଧ୍ୟରେ ଧୂଆଁ ଓ ନିଆଁ ବ୍ୟାପିଯିବା ସହ ଲୋକମାନେ ହୋହାଲ୍ଲା କରି ସତର୍କ ହୋଇଯାଇଥିଲେ ।

ନିଆଁ ର ପ୍ରକୋପରୁ ରକ୍ଷା ପାଇବା ପାଇଁ ଡଙ୍ଗାରେ ଥିବା ୧୦୮ ଯାତ୍ରୀ ସମୁଦ୍ରକୁ ଡେଇଁ ଥିଲେ । କିଛି ସମୟ ପରେ ସ୍ଥାନୀୟ ପ୍ରସାଶନ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ସୂଚାନଯୋଗ୍ୟ ଯେ, ଏହି ଜାହାଜରେ ୯୭ ଜଣ ସୁରଟ ଥାନିରୁ ଆସିଥିଲେ । ପ୍ରଦେଶର ଜନସମ୍ପର୍କ ବିଭାଗ କହିଛି ଯେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି ଏବଂ ଏଥିରେ କୌଣସି ଲୋକ ମୃତାହତ ହୋଇନାହାନ୍ତି । ଠିକଣା ସମୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *