Pratidin TV

Odisha's Digital News Platform

ଗୁଗୁଲ୍ ମ୍ୟାପ କରିଦେଲା ବାଟବଣା , ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ମହିଳା..

1 min read

ଆଗକାଳରେ ଲୋକମାନେ ଅଜଣା ସ୍ଥାନକୁ ଯିବା ଆଗରୁ ସେହି ଜାଗା ବିଷୟରେ ଭଲ କରି ପଚାରି ବୁଝୁଥିଲେ । ନହେଲେ ବାଟରେ ଦୋକାନୀ କିମ୍ବା ବାଟୋଇଙ୍କୁ ପଚାରି ବୁଝୁଥିଲେ । ଧୀରେ ଧୀରେ ସମୟ ବଦଳିବାରେ ଲାଗିଛି । ଏବେ ସମୟର ପରିବର୍ତ୍ତନ ସହିତ ଲୋକେ ଆଧୁନିକତାକୁ ଆପେଣାଇବାରେ ଲାଗିଛନ୍ତି । ଏବେ ଲୋକେ ଗୁଗୁଲ୍ ମ୍ୟାପ ସାହାଯ୍ୟରେ ସହଜରେ ଅଜଣା ଜାଗାରେ ପହଞ୍ଚି ପାରୁଛନ୍ତି । ତେବେ ଏହି ଗୁଗୁଲ୍ ମ୍ୟାପ ପାଇଁ ଅନେକ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏମିତି କି ଗୁଗୁଲ୍ ମ୍ୟାପ ପାଇଁ ଲୋକେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି ।

ନିକଟରେ ଥାଇଲ୍ୟାଣ୍ଡର ଜଣେ ମହିଳାଙ୍କ ସହ ଏପରି ଏକ ଘଟଣା ଘଟିଛି ।ସୂଚନା ଅନୁଯାୟୀ, ଥାଇଲ୍ୟାଣ୍ଡର ଜଣେ ମହିଳା ଗୁଗୁଲ୍ ମ୍ୟାପ କୁ ଅନୁସରଣ କରି କାର୍ ଯୋଗେ କୌଣସି ଏକ ସ୍ଥାନକୁ ଯାଉଥିଲେ । ଫଳସ୍ୱରୂପ, ତାଙ୍କ କାର ପାଦଚଲା ଯାତ୍ରୀଙ୍କ ପାଇଁ ନିର୍ମିତ ଅସ୍ଥାୟୀ କାଠ ବ୍ରିଜ ଉପରେ ଫସି ରହିଲା । ଫଳରେ କାରଟି ଆଗକୁ ଯାଇପାରିନଥିଲା । ଅଧିକ ସମୟ ଏପରି ପରିସ୍ଥିତିରେ ରହିଥିଲେ ହୁଏତ କାଠ ପୋଲଟି ଭୁଷୁଡିବାର ସମ୍ଭାବନା ଥିଲା । ଫଳସ୍ୱରୁପ ମହିଳାଙ୍କ ଜୀବନ ଉପରେ ମଧ୍ୟ ବିପଦ ଥିଲା । ସୌଭାଗ୍ୟବଶତଃ ସେତେବେଳେ ସେଇ ବାଟ ଦେଇ ଯାଇଥିବା ଜଣେ ବ୍ୟକ୍ତିଙ୍କର ନଜର ମହିଳାଙ୍କ ଉପରେ ପଡିଥିଲା । ସେ ତୁରନ୍ତ ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ । ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ । ପୋଲକୁ ସୁରକ୍ଷିତ ରଖିବା ସହ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଅଭିଯାନ ଆରମ୍ଭ କରିଥିଲେ । ଶେଷରେ ମହିଳା ଏବଂ ତାଙ୍କ କାରକୁ ସୁରକ୍ଷୀତ ଉଦ୍ଧାର କରାଯାଇଥିଲା ।

Advertisement

ସୂଚାନୁଯାୟୀ ସେହି ମହିଳା ଜଣକ ହେଉଛନ୍ତି ନଙ୍ଗ ମୁଆଙ୍ଗ ଖାଇ ଜିଲ୍ଲାର ବାସିନ୍ଦା । ସେ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିଲେ । ସେହି ଅଞ୍ଚଳ ବିଷୟରେ ପୂର୍ବରୁ କିଛି ଜାଣିନଥିବାରୁ ସେ ଜିପିଏସ୍ ଅନୁସରଣ କରୁଥିଲେ କିନ୍ତୁ ଜିପିଏସ୍ ତାଙ୍କୁ ଭୁଲ୍ ରାସ୍ତା ଦେଖାଇଥିଲା । ହେଲେ ସେହି ଜିପିଏସ୍ ତାଙ୍କୁ ବାଟବଣା କରିଦେଲା ଏବଂ ଆଜି ସେ ଗୁଗୁଲ୍ ମ୍ୟାପ୍ ଉପରେ ଭରସା କରି ବଡ ବିପଦରେ ସମ୍ମୁଖୀନ ହେବାକୁ ଯାଉଥିଲେ । କିନ୍ତୁ ସୌଭାଗ୍ୟ ବସତଃ ଅଳ୍ପକେ ତାଙ୍କର ଜୀବନ ବର୍ତ୍ତିଯାଇଛି ।

Leave a Reply

Your email address will not be published. Required fields are marked *