ରୋଜଗାରର ନୂଆ ପନ୍ଥା ଖୋଲିଦେଲା ଥାଇଲାଣ୍ଡ ରେଡ୍ ଆପଲ କୋଳି ଚାଷ ।
1 min readକେନ୍ଦ୍ରାପଡା : କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର ‘ ସିଏ ସିନା ଦୁନିଆକୁ ଯୋଗାଉଛି ଆହାର । ଏହି କଥାରେ କେତେ ବାସ୍ତବତା ଅଛି ତାହାର ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ନୋଳସାହି ଗାଁରେ । ଆଜିର ଦୁନିଆରେ ଶିକ୍ଷିତ ଯୁବକ ମାନେ ବାହାର ରାଜ୍ୟରେ ରହି ଦାଦନ ଖଟିବା ଅପେକ୍ଷା ସ୍ୱାଭିମାନ ସହ ଚଷା ପୁଅର ପରିଚୟ ନେଇ ଜନ୍ମମାଟିରେ ରହି ସୁନାର ଫସଲ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଖାଲି ସେତିକି ନୁହଁ ନିଜର ଉନ୍ନତ ମାନର ଚିନ୍ତାଧାରା ଆଉ ଉଦ୍ୟମ ବଳରେ ନିଜ ବାଡ଼ିରେ ନୂଆ କିଛି ଉଦ୍ୟାନ କୃଷି ଭିତ୍ତିକ ଚାଷ କରି ଅନ୍ୟ ମାନଙ୍କ ଆଗରେ ଉଦାହରଣ ସୃଷ୍ଟି କରିଛନ୍ତି ।
ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ନୋଳସାହି ଗ୍ରାମର ଯୁବ ଚାଷୀ ଚାଷୀ ଦଇତାରୀ ଜେନା ଙ୍କ କଥା । ଯିଏକି କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ଥାଇଲାଣ୍ଡ ରେଡ ଆପଲ ବରକୋଳି ଚାଷ କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପାଠ ପଢ଼ି ଉଚ୍ଚ ଶିକ୍ଷିତ ହେବାପରେ ଦୀର୍ଘ ଦିନ ଚାକିରି ପଛରେ ଦୌଡ଼ିଲେ ହେଲେ କିଛି ସୁଫଳ ପାଇଲେ ନାହିଁ । ଶେଷରେ ବିଦେଶ ଯାଇଁ ଖଟିବାକୁ ପସନ୍ଦ କରୁ ନ ଥିବା ଦଇତାରୀ , ନିଜ ଗାଁ ମାଟିରେ ରହି ଏକ ନିଆରା ଚାଷ କରି ସ୍ବାବଲମ୍ବୀ ହେବା ପାଇଁ ମନ ବଳାଇଲେ । ଆଉ ଶେଷରେ ୟୁଟ୍ୟୁବ ଦେଖାଇଲା ବାଟ ,ୟୁଟ୍ୟୁବରୁ ଦେଖି ବାଡ଼ିରେ ଥାଇଲାଣ୍ଡ ରେଡ଼ ଆପଲ ବରକୋଳି ଲଗାଇବାକୁ ନିଷ୍ପତି ନେଲେ ଦେବାଶିଷ ।
ପ୍ରଥମେ ନିଜସ୍ୱ ଖର୍ଚ୍ଚରେ ସୁଦୂର କଲିକତାରୁ ୧୦୦ ରୁ ଉର୍ଦ୍ଧ ଏହି ଚାରା ଗଛ ଆଣିଥିଲେ।ପ୍ରାୟ ୫ ଗୁଣ୍ଠ ପରିମିତ ଜମିରେ ଚାଷ ପ୍ରଣାଳୀ ଅନୁସାରେ ଗଛ ଲଗାଇବା ସହ ଛଅ ମାସ ବେଉଷଣ ପରେ ଏବେ ଗଛରେ ଫଳିଛି ହଜାର ହଜାର ଥାଇଲାଣ୍ଡ ରେଡ ଆପଲ ବରକୋଳି।ଗୋଟିଏ ଗୋଟିଏ ଗଛରେ ଫଳିଛି ୧୫ ରୁ ୨୦ କେଜି ବରକୋଳି। ପ୍ରାୟ ୧୦ ବର୍ଷ ଯାଏଁ ଫଳିବାକୁ ନିଶ୍ଚିତ ଥିବା ଏହି ଗଛରେ ପ୍ରତିବର୍ଷ ଅମଳ ବୃଦ୍ଧି ହେବ ବୋଲି କହିଛନ୍ତି ଯୁବ ଚାଷୀ ଦଇତାରୀ ।
ଖାଲି ସେତିକି ନୁହଁ ବ୍ୟବସାୟୀ ଭିତ୍ତିରେ ସେ ଏହି ବିରଳ ଚାଷ ଉତ୍ସାହର ସହ ଆରମ୍ଭ କରିଥିବା ବେଳେ କିଲୋ ପ୍ରତି ୮୦ ରୁ ୧୦୦ ଟଙ୍କା ଭିତରେ ବିକ୍ରିକରି ବେଶ ଦୁଇ ପଇସା ଲାଭ ବୋଲି ମତ ଦେଇଛନ୍ତି ଯୁବ ଚାଷୀ ଦଇତାରୀ । ଏହି ଚାଷରେ ଦଇତାରୀ ଙ୍କୁ ପୁରା ପରିବାର ସହଯୋଗ କରନ୍ତି ତେବେ ଶେଷରେ ଏଭଳି ଜଣେ ଯୁବ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଦେବା ପାଇଁ କୃଷି ବିଭାଗ ଯଦି ଟିକେ ଶୁଭ ଦୃଷ୍ଟି ଦିଅନ୍ତେ ତେବେ କୃଷି କ୍ଷେତ୍ରରେ ଦଇତାରୀ ଜଣେ ଭଲ ଚାଷୀ ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।