Pratidin TV

Odisha's Digital News Platform

ପୁଅକୁ ଅତି ସ୍ନେହରେ ଖାଦ୍ୟ ପରଷି ଦେଇଥିଲେ ମା’, ହେଲେ ମା’ର ତଣ୍ଟି କାଟିଦେଲା ପୁଅ…

ଖାଦ୍ୟ ଭଲ ଲାଗିଲାନି ବୋଲି ମା’କୁ ହତ୍ୟା କଲା ପୁଅ । ପୁଅକୁ ଅତି ସ୍ନେହରେ ଖାଦ୍ୟ ପରଷି ଦେଇଥିଲେ ମା’ । ହେଲେ ଖାଦ୍ୟ ସ୍ୱାଦିଷ୍ଟ ନ ଲାଗିବାରୁ ଅତ୍ୟନ୍ତ ରାଗିଯାଇଥିଲା ପୁଅ । ଆଉ ସେହି କ୍ଷଣିକ ରାଗ ହିଁ ରାଗ ପାଇଁ ମା’ର ହତ୍ୟାକାରୀ ସାଜିଲା ପୁଅ। ହଁ ଆଜ୍ଞା ମହାରାଷ୍ଟ୍ରର ଥାନେ ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଏକ ହୃଦୟ ବିଦାରକ ଘଟଣା ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ମହାରାଷ୍ଟ୍ର ଠାଣେ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ତାଙ୍କ ମା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ନ ଦେଇଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଆଉ ଏହି ଯୁକ୍ତି ଏତେ ବଢି ଯାଇଥିଲା ଯେ ଅଭିଯୁକ୍ତ ପୁଅ ତାଙ୍କ ୫୫ ବର୍ଷ ବୟସ୍କା ମା’ଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା । ପୁଅର ଅତର୍କିତ ଆକ୍ରମଣରେ ରକ୍ତ ଜୁଡୁବୁଡୁ ହୋଇ ମା ପ୍ରାଣ ହରାଇବା ପରେ ପୁଅ ଏକାଧିକ ନିଦ ବଟିକା ଖାଇ ଦେଇ ନିଜ ରୁମ୍‌ରେ ଶୋଇ ପଡିଥିଲା । ପରେ ପଡୋଶୀମାନେ ଏହି ଘଟଣା ବିଷୟରେ ଜାଣିବା ମାତ୍ରେ ସେମାନେ ପୋଲିସକୁ ଏ ବିଷୟରେ ଜଣାଇଥିଲେ । ପୋଲିସ ଖବର ପାଇବା ପରେ ଶବ ଜବତ କରିବା ସହ ବ୍ୟବଚ୍ଚେଦ ପାଇଁ ପଠାଇଥିଲା । ଏବଂ ଅଭିଯୁକ୍ତ ପୁଅକୁ ଗିରଫ କରିଥିଲା । ସେପଟେ ଅଭିଯୁକ୍ତ ଜଣକ କହିଛି ଯେ ତା ମା ନିୟମିତ ଭାବେ ତାକୁ ଟେଷ୍ଟି ଖାଇବାକୁ ଦେଉ ନଥିଲା । ହତ୍ୟା ଦିନ ବି ସମାନ ଖାଦ୍ୟ ମା ପରଷି ଦେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେ ମାକୁ ହତ୍ୟା କରିଥିବା ସ୍ୱୀକାର କରିଛି । ତେବେ ସୋମବାର ଅଭିଯୁକ୍ତ ପୁଅ ବିରୋଧରେ ହତ୍ୟା ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *