Pratidin TV

Odisha's Digital News Platform

ଅନୁପମ ପାଳୁଛନ୍ତି ୬୯ତମ ଜନ୍ମଦିନ , ଜନ୍ମଦିନରେ ଫ୍ୟାନ୍ସଙ୍କୁ ଏହି ଉପହାର ଦେଲେ ଅଭିନେତା …

୬୯ ବର୍ଷରେ ପାଦ ଥାପିଲେ ଅନୁପମ ଖେର । ତାଙ୍କର ଅଭିନୟ ପାଇଁ ସେ ସାଉଁଟି ଆସୁଛନ୍ତି ସଫଳତା । ଫ୍ୟାନ୍ସ ମାନଙ୍କ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ରସ୍ଥାନ ତିଆରି କରିଛନ୍ତି । ତାଙ୍କର ଅଭିନୟ ପାଇଁ ସେ ପାଇଛନ୍ତି ଜାତୀୟ ପୁରସ୍କାର । ଜାତୀୟ ପୁରସ୍କାର ପ୍ରାପ୍ତ ଅନୁପମ ପାଳୁଛନ୍ତି ୬୯ତମ ଜନ୍ମ ବାର୍ଷିକ । ଆଉ ତାଙ୍କର ଜନ୍ମଦିନରେ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି ଉପହାର । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସେ ସୋଶିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ କହିଥିଲେ ତାଙ୍କ ଜନ୍ମ ଦିନରେ ସେ କିଛି ନୂଆ ଏବଂ ଚ୍ୟାଲେଞ୍ଜିଂ କରିବାକୁ ଯାଉଛନ୍ତି । ଜନ୍ମଦିନରେ ସେହି ରହସ୍ୟ ଉପରୁ ପରଦା ଉଠାଇ ତାଙ୍କର ନୂତନ ପ୍ରୋଜେକ୍ଟ ‘ତାନ୍‌ଭି ଦି ଗ୍ରେଟ’ ର ଖୁଲାସା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ପୂର୍ବରୁ ଅନୁପମ ଖେର ତାନଭି ଦି ଗ୍ରେଟ ର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ଆଜି ଜନ୍ମଦିନ ଅବସରରେ ଗର୍ବର ସହିତ ‘ତାନଭି ଦି ଗ୍ରେଟ୍‌’ର ନିର୍ଦ୍ଦେଶନା ଦେବାକୁ ନିଷ୍ପତି ନେଇଥିବା କହିଛନ୍ତି । ଅନୁପମ ଖେର କହିଛନ୍ତି ଯେ କିଛି କାହାଣୀ ନିଜ ରାସ୍ତା ଖୋଜିଥାଏ, ଦୁନିଆ ସହିତ ସେୟାର କରିବାକୁ ବାଧ୍ୟ କରିଥାଏ । ଏହି କାହାଣୀକୁ ଆରମ୍ଭ କରିବାକୁ ସବୁଠାରୁ ସହଜ ଉପାୟ ମୁଁ ଭାବୁଛି ମା ଦୁଲାରୀଙ୍କ ମନ୍ଦିର ଯାଇ ତାଙ୍କ ଆଶୀର୍ବାଦ ନେବା ସହ ମୋ ପିତାଙ୍କ ଆଶୀର୍ବାଦ ନେବି । ଅନୁପମ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଗତବର୍ଷରୁ ଏହି କାହାଣୀ ଉପରେ କାମ କରୁଛି । ଏବଂ ଶେଷରେ ମହାଶିବରାତ୍ରୀର ଶୁଭ ଦିନରେ ଆସନ୍ତାକାଲିଠାରୁ ଶୁଟିଂ ଆରମ୍ଭ ହେବ । ନିଜକୁ ଚ୍ୟାଲେଞ୍ଜ କରିବା ପାଇଁ ଜନ୍ମଦିନ ହେଉଛି ସବୁଠାରୁ ସର୍ବୋତ୍ତମ ଦିନ! ମୋତେ ଆପଣଙ୍କର ଭଲପାଇବା, ଶୁଭେଚ୍ଛା ଏବଂ ଆଶୀର୍ବାଦ ଦିଅନ୍ତୁ । ଓମ୍ ନମଃ ଶିବାୟ!

Leave a Reply

Your email address will not be published. Required fields are marked *