ଅଭିନେତ୍ରୀଙ୍କ ମା ଦେଲେ ଗ୍ରୀନ ସିଗନାଲ; ଆସନ୍ତା ବର୍ଷ ଅଲି -ଜସ୍ମିନଙ୍କ ପଡିବ ହାତଗଣ୍ଠି
1 min readଟେଲିଭିଜନର ସୁନ୍ଦର କପଲ ଅଲି ଗୋନି ଏବଂ ଜସ୍ମିନ ଭସିନ | ବିଗବସ ଘରେ ଆରମ୍ଭ ହୋଇଥିବା ବନ୍ଧୁତାରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା | ସେବେ ଠାରୁ ଏକାଠି ଅଛନ୍ତି | ଦୁହିଁଙ୍କ ବିବାହ ଅପେକ୍ଷାରେ ପ୍ରଶଂସକ | ତେବେ ଖୁସି ଖବର, ପରିବାର ତରଫରୁ ମିଳିଯାଇଛି ଗ୍ରୀନ ସିଗନାଲ, କନଫର୍ମ କରି କହିଲେ ଏହି ବର୍ଷ ହେବ ବିବାହ |
ଅପେକ୍ଷାରେ ପଡିଲା ପୂର୍ଣ୍ଣଚ୍ଛେଦ | ପରିବାର ଲୋକେ କଲେ କନଫର୍ମ | ଆସନ୍ତା ବର୍ଷ ହେବ ଅଲି ଗୋନି ଏବଂ ଜସ୍ମିନ ଭସିନ ବିବାହ | କୃଷ୍ଣ ମୁଖାର୍ଜୀଙ୍କ ଭ୍ଲଗ୍ ରେ ଜସ୍ମିନ୍ ଭସିନ୍ ଏବଂ ଅଲି ଗୋନି ନିଜ ପରିବାର ସହିତ ଦିୱାଲୀ ବାଶରେ ନଜର ଆସିଥିଲେ। ଯେଉଁଠାରେ ଅଲିଙ୍କୁ ପଚରାଯାଇଥିଲା ଯେ ସେ ଆସନ୍ତା ବର୍ଷ ଜସ୍ମିନଙ୍କୁ ବିବାହ କରିବେ କି? ସେ କହିଥିଲେ, ହଁ, ଏହା ଆସନ୍ତା ବର୍ଷ ଘଟିବ। ,ଯେତେବେଳେ ସେମାନଙ୍କ ସହ ବସିଥିବା ଜସ୍ମିନଙ୍କ ମାଙ୍କୁ ପଚରାଯାଇଥିଲା ଯେ ଆସନ୍ତା ବର୍ଷ ଅଲି ଗୋନି ଏବଂ ଜସ୍ମିନ ଭସିନ ବିବାହ କରିବେ କି ନାହିଁ, ଜସ୍ମିନଙ୍କ ମା ମଧ୍ୟ କହିଥିଲେ ଯେ ‘ଅବଶ୍ୟ।’ ମୁଁ କହୁଛି ଆଜି ନିଜେ ବିବାହ କର | ମୋର ମଧ୍ୟ ଛୁଟି ଅଛି | ଜସ୍ମିନ୍ ଏବଂ ଉପସ୍ଥିତ ଅନ୍ୟମାନେ ହସିବାକୁ ଲାଗିଲେ, ଅଲି ତୁରନ୍ତ ଉତ୍ତର ଦେଇ କହିଲେ, ଠିକ ଅଛି, ମୋତେ ଆପଣଙ୍କର ଛୁଟିଦିନ ପାଇଁ ବିବାହ କରିବାକୁ ପଡିବ |