ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ନଶୁଣି ନାଲିଆଖି ଦେଖାଉଛନ୍ତି ପ୍ରଶାସନ ଅଧିକାରୀ ।
1 min readଭଦ୍ରକ ; ପ୍ରଶାସନିକ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବା ବଦଳରେ ଗେଟ ଆଉଟ କହି ଅଭିଯୋଗ ପ୍ରକୋଷ୍ଟ ରୁ ବାହାରି ଯିବାକୁ କହୁଛନ୍ତି । ଆଉ ଏଭଳି ଘଟଣା ଖୋଦ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଟରେ । ସୂଚନା ମୁତାବକ ହ୍ୟୁମାନ ଅନିମାଲ ଏନଭାରମେଣ୍ଟ ଫାଉଣ୍ଡେସନ ନାମକ ଅଣପଞ୍ଜିକୃତ ସଂଗଠନ ପାଇଁ ପଞ୍ଜିକୃତ କରିବା ପାଇଁ ବିଗତ ୨ବର୍ଷ ହେବ ଅ।ବଶ୍ୟକୀୟ ସମସ୍ତ ଦସ୍ତାବିଜ ସହ ଅନ୍ ଲାଇନ୍ ମଧ୍ୟମରେ ଦାଖଲ କରିଥିଲୁ । ତତ୍ ସହିତ ଯେତେବେଳେ ଯେ କୌଣସି ଦସ୍ତାବିଜ ଆବଶ୍ୟକ ପଡ଼ିଛି ତାକୁ ମଧ୍ୟ ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ କରିଥିଲେ । ସମସ୍ତ କାଗଜ ପତ୍ରର ହାର୍ଡ କପି ମଧ୍ୟ ସମୟ ସମୟରେ କାର୍ଯ୍ୟାଳୟର ନିର୍ଦ୍ଦେଶାନୁସାରେ ପହଞ୍ଚାଇଛନ୍ତି ସଂଗଠନ କାର୍ଯ୍ୟାକର୍ତା କିନ୍ତୁ ବାରମ୍ବାର ନିରାଶ ହୋଇ ଫେରିବା ହୋଇଛି ।
ଏଣୁ ଗତ ବୁଧବାର ୧. ୧୦ ମିନଟରେ ସମୟରେ ସଂଗଠନର ସଭାପତି ଓ ସମ୍ପାଦକ ଅତିରିକ୍ତ ଜିଲ୍ଲାପାଳଙ୍କୁ ସମ୍ବିତ କୁମାର ଗଡ଼ନାୟକଙ୍କୁ ଭେଟିଥିଲେ । କିନ୍ତୁ ସହାୟତା କରିବା ପରିବର୍ତ୍ତେ ଆମ୍ଭଙ୍କୁ ଦୁବ୍ୟବହାର କରିଥିଲେ । ଏମିତିକି ଏଡିଏମଙ୍କ ପ୍ରକୋଷ୍ଠରେ ଅନ୍ୟ ବ୍ୟକ୍ତି ବିଶେଷ ଥିବା ସମୟରେ ବାରମ୍ବାର ଗେଟ୍ ଆଉଟ୍ ଶବ୍ଦ ବ୍ୟବାହାର କରି ଆମ୍ଭଙ୍କୁ ଅସମ୍ମାନିତ କରିଥିଲେ । ଯାହା ଆମ ସମ୍ମାନକୁ ହାନି ପହଁଞ୍ଚାଇଛି । ପ୍ରଶାସନ ସହାୟତା କରିବା ବଦଳରେ ଯଦି ଅସମ୍ମାନ କରିନ୍ତି ତେବେ ସାଧାରଣ ଲୋକମାନଙ୍କର ଅଭିଯୋଗ ଶୁଣିବ କିଏ ? ତେବେ ପ୍ରଶାସନିକ ଅଧ୍ବକାରୀଙ୍କୁ ସହାୟତା ପାଇଁ ଯିବାରୁ ର୍ଦୁବ୍ୟବହାର ଶିକାର ହେବା ଯାହା ଅତନ୍ତ ର୍ଦୁଭାଗ୍ୟ ଜନକ ବିଷୟ ବୋଲି ଆଜି ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ସଭାପତି ।
ଅନ୍ୟପଟେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିତିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଙ୍କୁ ଅଭିଯୋଗ ଦେବାରୁ ଘଟଣା ର ତଦନ୍ତ କରିବା ସହ ପଞ୍ଜିକରଣ କାଗଜତ ଠିକ ଥିଲେ କାର୍ଯ୍ୟା ହେବ ଏବଂ କାହିଁକି ଦୁର୍ବ୍ୟବହାର କରିଛନ୍ତି ତଦନ୍ତ କରାଯିବ ବୋଲି କହିଛନ୍ତି ।