ମିଳିଲା ମଞ୍ଜୁରୀ, ଏବେ ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ, ଖର୍ଚ୍ଚ ହେବ କୋଟି କୋଟି
1 min readଏଣିକି ବିମାନରେ ବୁଲିବେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀ | ସରକାରୀ କାର୍ଯ୍ୟ ପାଇଁ ବିମାନରେ କରିବେ ଯାତ୍ରା | ଯେଉଁଥିପାଇଁ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା | ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ମିଳିଛି ଅନୁମତି । ଏନେଇ ବିଭାଗ ପକ୍ଷରୁ ଏକ ଅଫିସିଆଲ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ଉଭୟେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ବିମାନରେ ଏକ୍ଜିକ୍ୟୁଟିଭ୍, ବିଜନେସ୍ ଏବଂ କ୍ଲବ କ୍ଲାସରେ ଯାତ୍ରା କରିପାରିବେ। ଏହି ସୁବିଧା ଭାଜପା ସରକାରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ ଏବଂ ୫ଜଣ ରାଜ୍ୟ(ସ୍ୱାଧୀନ) ମନ୍ତ୍ରୀଙ୍କୁ ମିଳିବ।
୮ ଜଣ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଶ୍ରୀ ରବି ନାରାୟଣ ନାୟକ, ଶ୍ରୀ ନୀତାନନ୍ଦ ଗଣ୍ଡ, ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୁତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିବେ | ପୂର୍ବରୁ ସରକାରୀ କାର୍ଯ୍ୟରେ ବିମାନ ଯୋଗେ ଯାତ୍ରା କରିବାକୁ ସରକାରୀ ଅଧିକାରୀଙ୍କୁ ଅନୁମତି ଦେଇଥିଲେ ବର୍ତ୍ତମାନର ସରକାର |
ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଗ୍ରୁପ୍-ଏ ବର୍ଗର (ଲେଭେଲ-୧୨ ଏବଂ ତଦୁର୍ଦ୍ଧ) ରାଜ୍ୟ କର୍ମଚାରୀଙ୍କୁ ରାଜ୍ୟ ରାଜ୍ୟ ମଧ୍ୟରେ ସରକାରୀ କାର୍ଯ୍ୟକ୍ରମ ସମୟରେ ବିମାନ ଯୋଗେ ଯାତ୍ରା କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ।
ବର୍ତ୍ତମାନ ଆନ୍ତଃରାଜ୍ୟ ଆକାଶମାର୍ଗରେ ସଂଯୋଗକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାର ତୁରନ୍ତ ପ୍ରଭାବ ସହିତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି ।