Pratidin TV

Odisha's Digital News Platform

ATM ରୁ ବାହାରୁଛି ପୁଳା ପୁଳା ଟଙ୍କା , ୧୦୦ ମାରିଲେ ବାହାରୁଛି ୫୦୦ ।

1 min read

ନୀଳଗିରି ; କୁବେର ସାଜିଛି ଏଟିଏମ୍ ମେସିନ୍ , ବର୍ଷାଉଛି ପୁଳା ପୁଳା ଟଙ୍କା । ଶହେ ମାରିଲେ ATM ମେସିନ୍ ରୁ ବାହାରୁଛି ୫ ଶହଟଙ୍କାା ଆଉ ୫ସହ ମାରିଲେ ବାହାରୁଛି ୫ ହଜାର ଟଙ୍କା । ଏମିତି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ATM ମେସିନ୍ ରେ ।

ଆଜି ସକାଳେ ମେସିନ୍ ମାଲିକ ବେଣୁଧର ପୃଷ୍ଟି ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବଗ୍ଧଜ୍ଞ ରେ ଲୋର୍ଡ କରିଯିବା ପରେ ଲୋକେ ସକାଳ ଠାରୁ ATM ରୁ ଟଙ୍କା ଉଠାଇ ଚାଲିଛନ୍ତି । କିନ୍ତୁ ସନ୍ଧ୍ୟା ସମୟରେ ମାଲିକ ଙ୍କ ବନ୍ଧୁ ATM ମେସିନ୍ ରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ସତ ସାମ୍ନାକୁ ଆସିଥିଲା । ୫ଶହ ଟଙ୍କା ଉଠାଇବା ପାଇଁ ଯାଇ ୫ ହଜାର ଟଙ୍କା ଉଠିଥିଲା ।

Advertisement

ସଙ୍ଗେ ସଙ୍ଗେ ବେଣୁଧର ଙ୍କ ବନ୍ଧୁ ତାଙ୍କୁ ଏକଥା ଜଣାଇଥିଲେ । ଆଉ ବେଣୁଧର ବର୍ତ୍ତମାନ ମେସିନ୍ ନିକଟରେ ପହଁଚିଛନ୍ତି । ମେସିନ୍ ରେ ଯାନ୍ତ୍ରିକ ତ୍ରୁଟି ରହିଛି ଯେଉଁମାନେ ଟଙ୍କା ଉଠାଇଛନ୍ତି ସେମାନେ ତାଙ୍କ ପ୍ରାପ୍ୟ ଟଙ୍କା ନେଇ ବଳକା ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *