Pratidin TV

Odisha's Digital News Platform

ବାରାହ ଜାଲରେ ପଡିଗଲା ଛୁଆ ହାତୀ , ପାଟିରେ ଫାଟିଲା ବୋମା ବୁଜିଦେଲା ଆଖି

1 min read

ଭୁବନେଶ୍ୱର ; ଅସହାୟ ବନ ବିଭାଗ ,ଅସୁରକ୍ଷିତ ଜଙ୍ଗଲ ଅସୁରକ୍ଷିତ ଜଙ୍ଗଲି ଜନ୍ତୁ । ଜଙ୍ଗଲି ଜନ୍ତୁଙ୍କୁ ସୁରକ୍ଷା ଦେଇପାରୁନି କି ବନବିଭାଗ ! ଶିକାରୀ ହାତରେ ସର୍ବସ୍ବ , ଚେଇ ବସିଛନ୍ତି ବନ କର୍ମଚାରୀ । ବୋମା ବିସ୍ଫୋରଣରେ ଗଲା ଦନ୍ତା ହାତୀ ଜୀବନ ।
ଆଖି ବୁଜିଲା ଭରତପୁର ଜଙ୍ଗଲରେ ବିସ୍ଫୋରଣର ଶିକାର ହୋଇଥିବା ଦନ୍ତା ହାତୀ । ବାରାହ ଶିକାର ପାଇଁ ବିଛା ଯାଇଥିବା ବିସ୍ଫୋରକ ସାମଗ୍ରୀ ଖାଇ ଗୁରୁତର ଆହତ ହୋଇଥିଲା ଦନ୍ତା । ଆହତ ହେବାର ୧୫ ଦିନ ପରେ ଆଖି ବୁଜିଛି ଦନ୍ତା । ହାତୀଟିର ବୟସ ପାଖାପାଖ ୧୫-୨୦ ହେବ ।

ପିସିସିଏଫ ସୂଚନା ମୁତାବକ ପ୍ରଥମେ ଖୋର୍ଦ୍ଧା ରୁ ୫ ଜଣିଆ ହାତୀ ପଲ ଆସିଥିଲେ ସେଥିରେ ୨ ଦନ୍ତା ୨ ମାଇ ଓ ଗୋଟାଏ ଛୁଆ ହାତୀ ଥିଲା । ସେଥି ମଧ୍ୟରୁ ଗୋଟିଏ ଦନ୍ତା ହାତୀ ବୋମା ଦ୍ଵାରା ଆହତ ହୋଇଥିଲା କ୍ଷ ଆହତ ହେବା ଦ୍ବାରା ତାର ଜିଭ ଟି ଛିଡି ଯିବା ସହ ଦାନ୍ତ ଫାଟି ନଷ୍ଟ ହୋଇଯାଇଥିଲା । ସେ ଆହତ ହେବା ପରେ ପ୍ରାୟ ୧୫ ଦିନ ହେବ ତା ଉପରେ ନଜର ରଖାଯାଇଥିଲା ଓ ଖାଦ୍ୟ ରେ ଅଣ୍ଟୀବାୟୋଟିକ ଦିଆଯାଉଥିଲା । ଗତକାଲି ସେ ସମ୍ପୂର୍ଣ ଦୁର୍ବଳ ହୋଇଯାଇଥିଲା ବାରମ୍ବାର ତଳେ ପଡ଼ି ଯାଉଥିଲା । ଆଜି ଭୋର ୩ ଟା ସମୟରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ତାର ଶରୀର ବ୍ୟବଚ୍ଛେଦ କରାଯିବା ଓ ପ୍ରକୃତ କାରଣ କଣ ଥିଲା ତାହା ସ୍ପଷ୍ଟ କରାଯିବ । ଏନେଇ ତଦନ୍ତ ଜାରି ରହିଛି କେଉଁ ସ୍ଥାନରେ ଏଭଳି ଘଟଣା ଘଟିଥିଲା କେଉଁ ସମୟରେ ଘଟିଥିଲା ତାହା ଜଣାପଡିନାହିଁ ।

Advertisement

ଅନ୍ୟପଟେ ଦନ୍ତାଟିର ଚିକିତ୍ସା କରୁଥିବା ଓୟୁଏଟି ଚିକିତ୍ସାକ କହିଛନ୍ତି ଡିଏଫଓଙ୍କ ସୂଚନା ପରେ ଭରତପୁରରେ ପହଞ୍ଚିଥିଲା ଓୟୁଏଟି ଓ ନନ୍ଦନକାନନର ଡାକ୍ତରୀ ଦଳ । ଆହତ ହାତୀ ଗୁରୁତର ଅବସ୍ଥାରେ ପଡିଥିବା ଦେଖିଥିଲେ ଡାକ୍ତରୀ ଦଳ। ହାତୀର ପାଟି କଳା ପଡିବା ସହ ମାଢି ହାଡ ଭାଙ୍ଗି ଯାଇଥିଲା । ହାତୀକୁ ଆଂଟିବାୟୋଟିକ ଦେବା ସହ ସାଲାଇନ ଲଗାଯାଇଥିଲା। ସାଲାଇନ ନେବା ପରେ ହାତୀଟି ଉଠିଥିଲା। କିନ୍ତୁ କିଛି ସମୟ ପରେ ହାତୀଟି ପଡି ଯାଇଥିଲା । ବିସ୍ଫୋରକ ସାମଗ୍ରୀ ଖାଇ ଦେବାରୁ ଏଭଳି ହୋଇଥାଇପାରେ ବୋଲି ମତ ରଖିଛନ୍ତି । ତେବେ ଆଗରୁ ମଧ୍ୟ ଏପରି ଅନେକ ହାତୀ ମାନଙ୍କ ଚିକିତ୍ସା କରିଥିବା କହିଛନ୍ତି ଏହି ଡାକ୍ତରୀ ଦଳ , ଏଭଳି ଘଟଣା ଗୁଡିକରେ ହାତୀର ହାଡ ଗୁଡିକ ଯୋଡି ହୁଏ ନାହିଁ ଓ ଖାଦ୍ୟଗ୍ରହଣ ରେ ଅସମର୍ଥ ହୋଇ ହାତୀ ମାନଙ୍କ ମୃତ୍ୟୁ ହୋଇଥାଏ , ତେଣୁ ଶିକାରୀ ମାନଙ୍କ ଉପରେ କଥିବା କଟକଣା ହିଁ ଏଭଳି ଘଟଣା କୁ ନିବୃତ ରଖିପାରିବ । ଜଙ୍ଗଲ ରେ ଶିକାରୀ ମାନଙ୍କ ପାଇଁ ଅସୁରକ୍ଷି ଜଙ୍ଗଲି ଜନ୍ତୁ । ହାତୀର ଜୀବନ ଗଲା ହେଲେ ଶିକାରୀ ପାଖରେ ପହଞ୍ଚି ପାରିଲାନି ବନ ବିଭାଗ। ପ୍ରଶ୍ନ ଉଠୁଛି ସୁରକ୍ଷା ଦାୟିତ୍ଵ ରେ ଥିବା ବନ କର୍ମଚାରୀଙ୍କ କାର୍ଯ୍ୟାକଳାପ ଉପରେ ।

Leave a Reply

Your email address will not be published. Required fields are marked *