Pratidin TV

Odisha's Digital News Platform

ପାଣ୍ଡିଆନଙ୍କ ଘର ଆଗରୁ ହଟିଲା ବ୍ୟାରିକେଡ୍ ।

ବଦଳିଲା ସରକାର ହଟିଲା ବ୍ୟାରେକେଡ୍ । ଭୁବନେଶ୍ୱର ୟୁନିଟ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର ୭ର ଆଗରେ କରାଯାଇଥିବା ବ୍ୟାରିକେଡକୁ ହଟାଇ ଦିଆଯାଇଛି। ଆଉ ଏହି ବ୍ୟାରିକେଡ୍ ହଟାଯାଇଥିବା ଘର ହେଉଛି ଭିକେ ପାଣ୍ଡିଆନଙ୍କର ।

ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ବାସଭନବ କଡ଼ା ସୁରକ୍ଷା ବଳୟ ଭିତରେ ଥିଲା। ସୁରକ୍ଷାକର୍ମୀ ରାତିଦିନ ଜଗି ରହୁଥିଲେ।କିନ୍ତୁ ସରକାର ବଦଳିବା ପରେ ବଦଳିଯାଇଛି ବ୍ୟବସ୍ଥା ।

ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦେବା ପାଇଁ ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ କରାଯାଇଥିଲା। ଏନେଇ ଅଭିଯୋଗ ଆସିବା ପରେ ଏହି ବ୍ୟାରିକେଡକୁ ଆବଶ୍ୟକ ସ୍ଥଳେ ଖୋଲା ଯାଉଥିଲା ଓ ଏହାକୁ ବନ୍ଦ କରି ଦିଅଯାଉଥିଲା। ବ୍ୟାରକେଡ ପାଖରେ ପୁଲିସ ମଧ୍ୟ ଜଗି ରହୁଥିଲେ। ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଇଛି। ତାଙ୍କ ବାସଭବନରେ ଆଗରେ ମଧ୍ୟ ଆଉ ପୁଲିସ ଛାଉଣୀ ନାହାନ୍ତି।

Leave a Reply

Your email address will not be published. Required fields are marked *