Pratidin TV

Odisha's Digital News Platform

ଗୋଟିଏ ରାତିରେ ଲେଖା ହୋଇଥିଲା ଏହି ବହି , ଯିଏ ପଢିବ ସିଏ ପାଗଳ ହେବ ..

1 min read

ଅନେକ ପ୍ରକାର ଗ୍ରନ୍ଥ ରହିଛି । ସେଥିରୁ ଆପଣ ବି ଅନେକ ବହି ପଢିଥିବେ । କିନ୍ତୁ ଏମିତି କିଛି ପୁସ୍ତକ ଦେଖିଛନ୍ତି କି ? ଯାହା ରହସ୍ୟ ଘେରରେ । ଯାହାକୁ ପଢିଲେ ଲୋକ ପାଗଳ ହୋଇଯାଏ ନହେଲେ ତାହାର ମୃତ୍ୟୁ ହୋଇଯାଏ । ଏ କଥା ଶୁଣିଲେ ଆପଣ କେବେବି ବିଶ୍ୱାସ କରିପାରିବେନି । ଆପଣ ଭାବିବେ ସାମାନ୍ୟ ବହି ପଢିଲେ କଣ ପାଗଳ ହୋଇଯିବେ । ଏହା ବିଶ୍ୱାସ ନହେଲେ ବି ବାସ୍ତବ । ଏବେ ରହସ୍ୟମୟ ପୁସ୍ତକକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଏହି ପୁସ୍ତକ ହେଉଛି ୭୦୦ ବର୍ଷର ପୁରୁଣା ପୁସ୍ତକ । ଏହି ପୁସ୍ତକ ପାଖରେ ଯିଏ ପହଞ୍ଚିବାକୁ ଚେଷ୍ଟା କରିଛି ବା ଏହି ପୁସ୍ତକକୁ ପଢିବାକୁ ଚେଷ୍ଟା କରିଛି ସେ ସମ୍ପୁର୍ଣ୍ଣ ଭାବରେ ପାଗଳ ହୋଇଯାଇଛି କିମ୍ବା ତାର ମୃତ୍ୟୁ ହୋଇଯାଇଛି ।


ଏହା କେବଳ ଏକ କାହାଣୀ ନୁହେଁ, ଏକ ବାସ୍ତବତା । ଏହି ପୁସ୍ତକଟି ଏକ ସହର ଲାଇବ୍ରେରୀରେ ଅଛି । ଦୁନିଆର ଅନେକ ଲୋକଙ୍କର ଏହି ପୁସ୍ତକ ବିଷୟରେ ସୂଚନା ଦେଇଛନ୍ତି । କୁହାଯାଏଯେ ଏହି ପୁସ୍ତକଟି ସଇତାନ ଦ୍ୱାରା ଲିଖିତ । ଏହି ପୁସ୍ତକ ଲେଖିବାର କାହାଣୀ ମଧ୍ୟ ରହସ୍ୟମୟ । କେଉଁଟି ସତ ଏବଂ କେଉଁଟି ମିଥ୍ୟା ତାହା ବୁଝିବା କଷ୍ଟକର । କୁହାଯାଏ ଯେ ଏହି ପୁସ୍ତକ ଗୋଟିଏ ରାତିରେ ଲେଖାଯାଇଥିଲା । ବିଶ୍ୱର ଅଧିକାଂଶ ବିଶେଷଜ୍ଞ ଯେଉଁମାନେ ଏହି ପୁସ୍ତକ ଉପରେ ଗବେଷଣା କରିଛନ୍ତି, ବିଶ୍ୱାସ କରନ୍ତି ଯେ ଜଣେ ବ୍ୟକ୍ତି ସମାନ ହସ୍ତଲିଖନରେ ଗୋଟିଏ ରାତିରେ କିପରି ଏହି ପୁସ୍ତକ ଲେଖି ପାରିବେ? ଲୋକମାନେ କୁହନ୍ତି ଯେ ଯଦିଓ କେବଳ ଜଣେ ବ୍ୟକ୍ତି ଏହି ପୁସ୍ତକ ଲେଖନ୍ତି, ତେବେ ଏହାକୁ ଅତି କମରେ ୨୫ ବର୍ଷ ଲାଗିବ । ଏହି ପୁସ୍ତକ କାଗଜରେ ଲେଖା ହୋଇନଥିଲା, ଏହି ପୁସ୍ତକ ଚମଡା, ପଶୁ ଚର୍ମ ଉପରେ ଲେଖାଯାଇଥିଲା ।

Advertisement

ତାହା ମଧ୍ୟ ଗୋଟିଏ ରାତିରେ ଏବଂ କେହି ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ଯେ । କେହି ଏହାକୁ ଗୋଟିଏ ରାତିରେ କଣ ଲେଖି ପାରିବେ । ତେବେ ଏହି ପୁସ୍ତକର ପ୍ରକୃତ ନାମ ହେଉଛି କୋଡେକ୍ସ ଗିଗା । ଏହି ପୁସ୍ତକର ପ୍ରଥମ ପୃଷ୍ଠାରେ ହିଁ ଏକ ସୈତାନର ଚିତ୍ରଣ ହୋଇଛି । ଏହି ପୁସ୍ତକଟି ପ୍ରଥମେ ୩୨୦ ପୃଷ୍ଠା ବିଶିଷ୍ଠ ଥିଲା କିନ୍ତୁ ଏହି ପୁସ୍ତକରେ ବର୍ତ୍ତମାନ ୩୧୦ଟି ପୃଷ୍ଠା ରହିଛି । ତେବେ ବାକି ୧୦ ପୃଷ୍ଠା କେଉଁଆଡେ ଗଲା ତାହା ଏବେ ମଧ୍ୟ ରହସ୍ୟ ଘେରରେ । ଏହି ବହିଟିର ଲମ୍ବ ୩୬ ଇଞ୍ଚ ଓ ଓସାର ୨୦ ଇଞ୍ଚ । ଏହି ପୁସ୍ତକଟିର ଓଜନ ୮୫ କିଲୋ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୮୫ କିଲୋର ୩୨୦ ପୃଷ୍ଠା ବିଶିଷ୍ଠ ଏହି ପୁସ୍ତକଟିକୁ ଲେଖିବାପାଇଁ ଲାଗିଥିଲା ମାତ୍ର ଗୋଟିଏ ରାତି । କିଛି ଲୋକଙ୍କ କହିବା ଅନୁସାରେ ଏହି ପୁସ୍ତକଟିର କାହାଣୀ ୧୩ ଶତାବ୍ଦୀରୁ ଆରମ୍ଭ ହୋଇଛି । ସେତେବେଳେ ଜଣେ ମଙ୍କ୍ ନିହ ରାଜ୍ୟର ନିୟମକୁ ଭାଙ୍ଗିବାରୁ ତାଙ୍କୁ କାନ୍ଥରେ ପୋତାଯିବାକୁ ରାଜାଙ୍କ ତରଫରୁ ଆଦେଶ ମିଳିଥିଲା । କିନ୍ତୁ ସେ ଏହି ମୃତ୍ୟୁରୁ ବଞ୍ଚିବା ପାଇଁ ରାଜାଙ୍କୁ ଏକ ପ୍ରସ୍ତାନ ଦେଇଥିଲେ ।

ପ୍ରସ୍ତାବ ଅନୁସାରେ ଯଦି ରାଜା ତାଙ୍କୁ ଛାଡିଦିଅନ୍ତି ତେବେ ସେ ଗୋଟିଏ ରାତିରେ ଏକ ଏପରି ପୁସ୍ତକ ଲେଖିକି ରାଜାଙ୍କୁ ଦେବେ ଯେଉଁଥିରେ ଦୁନିଆରେ ସବୁ ଜ୍ଞାନ ଥିବ । ତାହାଦ୍ୱାରା ରାଜ୍ୟର ଉନ୍ନତି ମଧ୍ୟ ହେବ । ଏହି କଥାରେ ରାଜା ରାଜି ହୋଇ ତାଙ୍କୁ ଗୋଟେ ଅନ୍ଧାର କୋଠରୀରେ ଗୋଟେ ରାତି ବନ୍ଦ କରି ରଖିଲେ । କିନ୍ତୁ ରାଜାଙ୍କୁ ସିନା କହିଦେଲି କିନ୍ତୁ ଗୋଟେ ରାତିରେ କଣ ଲେଖିବି ଭାବି ଚିନ୍ତାରେ ପଡିଗଲେ ଲୋକ ଜଣଙ୍କ । ଏହାପରେ ସେ ସୈତାନ ମାନଙ୍କର ରାଜା ଲୁସିଫରଙ୍କୁ ପାର୍ଥନା କଲେ ଏବଂ ତାଙ୍କୁ ସାହାର୍ଯ୍ୟ ମାଗିଲେ । ପ୍ରତିବଦଳରେ ସେ ତାଙ୍କୁ ନିଜ ଆତ୍ମା ଦେଇଦେବେ ବୋଲି କହିଲେ । ଏଥିରେ ଲୁସିଫର ରାଜି ହୋଇ ଗୋଟେ ରାତିରେ ପୁସ୍ତକଟିକୁ ଲେଖିଦେଲେ ।

ଏହି ପୁସ୍ତକ ସଇତାନର ଉପାସନା ବିଷୟରେ ବର୍ଣ୍ଣନା କରାଯାଇଛି । ସଇତାନ ଉପରେ ବିଶ୍ୱାସ କର । ସର୍ତ୍ତ ଅନୁଯାୟୀ, ସକାଳେ ସଇତାନ ସେହି ମଣିଷର ଆତ୍ମାକୁ ଅଧିକାର କଲା ଏବଂ ସକାଳେ ଯେତେବେଳେ ରାଜାଙ୍କ ଲୋକମାନେ ଆସିଲେ । ସେମାନେ ସେହି ପୁସ୍ତକ ଖୋଲିବା ମାତ୍ରେ ଅନେକ ମାନସିକ ସନ୍ତୁଳନ ହରାଇଲେ ଏବଂ ପ୍ରଥମ ଦିନରୁ ଏହି ପୁସ୍ତକ ହୋଇଗଲା ରହସ୍ୟମୟ । କାରଣ ଗୋଟିଏ ରାତିରେ ଏହା ଲେଖା ହୋଇଛି ବୋଲି କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ଏଭଳି ପରିସ୍ଥିତିରେ ବିଶ୍ୱାସ କରାଯାଉଥିଲା ଯେ ଏହି ପୁସ୍ତକଟି ସଇତାନ ଦ୍ୱାରା ଲିଖିତ ଏବଂ ଏହାର ନାମ ହେଲା “ସୈତାନ ବାଇବଲ” । ଏହି ପୁସ୍ତକ ଜଣକୁ ସୈତାନର ପଥରେ ନେବାକୁ ପ୍ରେରଣା ଦିଏ । ଆଜି ବି ଏହି ପୁସ୍ତକ ଚେକ୍ ରିପବ୍ଲିକର ନ୍ୟାସନାଲ ଲାଇବ୍ରେରୀରେ ରହିଛି ।

Leave a Reply

Your email address will not be published. Required fields are marked *