Pratidin TV

Odisha's Digital News Platform

ଆର ପାରିରେ ଷ୍ଟକ୍ ମାର୍କେଟର ବିଗ୍ ବୁଲ୍

1 min read

ନୂଆଦିଲ୍ଲୀ : ଗତ କିଛି ଦିନ ପୂର୍ବରୁ ହିଁ ସ୍ୱାସ୍ଥ ସମସ୍ୟ ଦେଖାଦେବାରୁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହା ପରେ ସ୍ୱାସ୍ଥ ଅବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସର୍ଚାଜ୍ ମିଳିଯାଇଥିଲା । କିନ୍ତୁ ହଠାତ୍ ପୁଣି ତାଙ୍କ ସ୍ୱାସ୍ଥ ଅବସ୍ଥାରେ ଅତ୍ୟାନ୍ତବିଗିଡିବାରୁ ପୁନଶ୍ଚ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ତେବେ ଆଜି ସକାଳୁ ହିଁ ସେ ତାଙ୍କ ଦେହାନ୍ତ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଥିଲା ।


ଦେଶରେ ତାଙ୍କର ପରିଚୟ କିଛି ଭିନ୍ନ ହିଁ ଥିଲା । ନିଜର କୌଶଳ ଓ ପ୍ରଖର ବୁଦ୍ଧି ବଳରେ ସେ ଅର୍ଥନୀତି ବଜାରର ରାଜା ସାଜିଥିଲେ ।ଷ୍ଟକ୍ ମାର୍କେଟରୁ ଟଙ୍କା ରୋଜଗାର କରିବା ପରେ ବିଗ୍ ବୁଲ୍ ମଧ୍ୟ ବିମାନ ସେବା କ୍ଷେତ୍ରରେ ପ୍ରବେଶ କରିଥିଲା। ସେ ନୂତନ ବିମାନ କମ୍ପାନୀ ଆକାଶା ଏୟାରରେ ବିପୁଳ ପୁଞ୍ଜି ବିନିଯୋଗ କରିଥିଲେ ଏବଂ ୭ ଅଗଷ୍ଟରୁ କମ୍ପାନୀ କାର‌୍ୟ୍ୟ ଆରମ୍ଭ କରିଛି। ଷ୍ଟକ୍ ମାର୍କେଟରେ ପୁଞ୍ଜି ବିନିଯୋଗ କରିଥିବା ଆଜି ଝୁନ୍‌ଝୁନ୍‌ବାଲାଙ୍କର ହଜାରେ କୋଟି ଟଙ୍କା ସମ୍ପତ୍ତି ରହିଛି।
କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ରାକେଶ ମାତ୍ର ୫ ହଜାର ଟଙ୍କାରୁ ନିଜ କାରବାର ଆରମ୍ଭ କରିଥିଲେ।

Advertisement

ଶେଆର ବଜାରରେ ମାତ୍ର ୫ ହଜାର ଟଙ୍କା ଲଗାଇ ସେ ଆଜି ୪୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ଏହି ସଫଳତା ଯୋଗୁ ରାକେଶ ଝୁନ୍ଝୁନ୍ବାଲାଙ୍କୁ ଭାରତୀୟ ଷ୍ଟକ୍ ମାର୍କେଟ୍ର ବିଗ୍ ବୁଲ୍ ଓ ଭାରତର ୱାରେନ ବଫେଟ୍ କୁହାଯାଏ।
ଏନେଇ ତାକ ଉପରେ ମଧ୍ୟ ଏକ ବାୟୋପିକ ନିର୍ମାଣ କରିଥିଲା ବଲିଉଡ୍ ।ଯେଉଁଥିରେ ଅଭିଶେଖ୍ ବଚ୍ଚନ ମୁଖ୍ୟ କଳାକର ବା ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ଚରିତ୍ରଟିକୁ ଦର୍ଶାଇଥିଲେ । ଲୋକମାନେ ମଧ୍ୟ ସେହି ସିରିଜ୍‌ଟିକୁ ବେଶ୍ ପସନ୍ଦ କରିଥିଲା ବେଳେ ଏନେଇ ଅଭିଶେଖ୍ ବଚ୍ଚନଙ୍କୁ ମଧ୍ୟ ଆୱାଡ୍ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *