Pratidin TV

Odisha's Digital News Platform

ବଡ ଖୁଲାସା; ଶେଷ ହେବ ବିଜେପି ସରକାର, କମବ୍ୟାକ କରିବ କଂଗ୍ରେସ

1 min read

ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୯୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥି ସହିତ ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ମତଦାନ ଅକ୍ଟୋବର ୧ରେ ଶେଷ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ବିଭିନ୍ନ ଏକଜିଟ୍‌ ପୋଲ୍‌ ଏଜେନ୍ସି ଅନୁସାରେ ହରିୟାଣାରେ କିଏ ସରକାର ଗଢିବାକୁ ଯାଉଛି।

୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବିଜେପିକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ। ସେହିପରି ୧୦ ବର୍ଷ ପରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦାବି କରାଯାଇଛି। କଂଗ୍ରେସ ରେକର୍ଡ ୫୦ରୁ ଅଧିକ ଆସନ ଜିତି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି। ହରିୟାଣାର ବିଧାନସଭା ଆସନ ସଂଖ୍ୟା ହେଉଛି ୯୦। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬।

Advertisement

ଧ୍ରୁବ ରିସର୍ଚ୍ଚ ପକ୍ଷରୁ କଂଗ୍ରେସକୁ ୫୦ରୁ ୬୪, ବିଜେପିକୁ ୨୨ରୁ ୩୨ ଆସନ, ଜେଜେପିକୁ ଶୂନ, ଆଇଏନଏଲଡିକୁ ୨ରୁ ୩ ଆସନ ଦେଇଛି। ସେହିପରି ପିପୁଲ୍ସ ପଲ୍ସ ସର୍ଭେ ଅନୁସାରେ କଂଗ୍ରେସକୁ ୪୯ରୁ ୬୧ ଆସନ ମିଳିବ। ବିଜେପିକୁ ୨୦ରୁ ୩୨ ଆସନ, ଜେଜେପି ଶୂନରୁ ଗୋଟିଏ ଆସନ ମିଳିପାରେ। ଆଇଏନଏଲଡି ୨ରୁ ୩ ଆସନ ପାଇପାରେ। ମାଟ୍ରିଜର ସର୍ଭେ ଅନୁସାରେ କଂଗ୍ରେସରୁ ୫୫ରୁ ୬୨ ଆସନ ବିଜେପିକୁ ୧୮ରୁ ୨୪ ଆସନ, ଜେଜେପିକୁ ଶୂନରୁ ୩ ଆସନ, ଆଇଏନଏଲଡି ୩ରୁ ୫ ଆସନ ପାଇପାରନ୍ତି। ଦେନିକ ଭାସ୍କରର ସର୍ଭେ ଅନୁସାରେ କଂଗ୍ରେସକୁ ୪୪ରୁ ୫୪, ବିଜେପି ୧୫ରୁ ୨୯, ଜେଜେପି ୦ରୁ ୧, ଆଇଏନଏଲଡି ୧ରୁ ୫ ଆସନ ପାଇବେ।

ସେହିପରି ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସ ମେଣ୍ଟକୁ ବହୁମତ ମିଳିପାରେ ବୋଲି ଆକଳନ କରିଛି ସି-ଭୋଟର ସର୍ଭେ। ସି ଭୋଟର ସର୍ଭେ ଅନୁସାରେ କଂଗ୍ରେସ ମେଣ୍ଟକୁ ୪୦ରୁ ୪୮ ଆସନ ମିଳିବ। ମ୍ଯାଜିକ ନମ୍ବର ୪୬ ହୋଇଥିବାବେଳେ କଂଗ୍ରେସ ମେଣ୍ଟକୁ ୪୦ରୁ ୪୮ ଆସନ ମିଳିପାରେ। ସେହିପରି ବିଜେପିକୁ ୨୭ରୁ ୩୨, ପିଡିପିକୁ ୬ରୁ ୧୨ ଆସନ ଏବଂ ଅନ୍ୟାନ୍ୟକୁ ୬ରୁ ୧୧ ଆସନ ମିଳିବ। କଂଗ୍ରେସକୁ ବହୁମତ ମିଳିବ ବୋଲି ଆକଳନ କରିଛି ଧ୍ରୁବ ରିସର୍ଚ୍ଚ।ପିପୁଲ୍ସ ପଲସର ସର୍ଭେ ଅନୁସାରେ କଂଗ୍ରେସ ୪୬ରୁ ୫୦, ବିଜେପି ୨୩ରୁ ୨୭, ପିଡିପି ୭ରୁ ୧୧ ଆସନ ପାଇପାରେ। ଦୈନିକ ଭାସ୍କରର ସର୍ଭେ ଅନୁସାରେ କଂଗ୍ରେସ ୩୫ରୁ ୪୦, ବିଜେପି ୨୦ରୁ ୨୫, ପିଡିପି ୪ରୁ ୭ ଓ ଅନ୍ଯମାନେ ୧୨ରୁ ୧୬ ଆସନ ପାଇପାରନ୍ତି |

Leave a Reply

Your email address will not be published. Required fields are marked *