Pratidin TV

Odisha's Digital News Platform

ବାଇକ୍ କୁ ଧକ୍କାଦେଲା ଯାତ୍ରା ପାର୍ଟି ଟ୍ରକ , ଗୁରୁତର ବାଇକ୍ ଆରୋହୀ ..

1 min read

ଆସିଲା ବଡ ଖବର । ପୁଣି ଆଉ ଗୋଟିଏ ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । ବାଇକ୍ କୁ ଧକ୍କା ଦେଲା ଯାତ୍ରାପାର୍ଟି ଟ୍ରକ । ଫଳରେ ବାଇକ୍ ଆରୋହୀ ଗୁରୁତର ଆହାତ ହୋଇଛନ୍ତି । ସୂଚନାନୁଯାୟୀ କଟକ ଜିଲ୍ଲା ଆଠଗଡ଼ ଥାନା ଖୁଣ୍ଟକଟା ନିକଟ ତାରିଣୀ ମନ୍ଦିର ପାଖରେ ନିୟୁ ତାରିଣୀ ଅପେରା ପାର୍ଟିର ଟ୍ରକ୍ ଧକ୍କାରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି ।

ଆହାତ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସିଂହପଡା ଗ୍ରାମର ଭଗବାନ ମନ୍ତ୍ରୀ ଙ୍କ ପୁଅ ଶିବା ଶଙ୍କର ମନ୍ତ୍ରୀ ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ବାସୀନ୍ଦା ତାଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗ ରେ ତାଙ୍କୁ ଆଠଗଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *