Pratidin TV

Odisha's Digital News Platform

ବଡ ନାଳ ଜଙ୍ଗଲରୁ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର….

1 min read

ଗଞ୍ଜାମ ; ଛେଳି ଚରାଇବାକୁ ଯାଇ ଫେରିଲାନି ଜବାନ ପୁଅ । ବାଟକୁ ଚାହିଁ ବସିଛି ବୁଢୀ ମା ହେଲେ କଣ ଆଉ ଆଖି ଖୋଲିବ ପୁଅ । ନା ଆଉ ସେ ମା ଡାକ ଶୁଣିବ ପାରିବ ନା ନିଜ ହାତରେ ଭଲ ମନ୍ଦ ରାନ୍ଧି ପୁଅକୁ ଖୁଆଇପାରିବ । କାହିଁକି ନା ଁ ସବୁଦିନ ପାଇଁ ଆଖି ବୁଜିଦେଇଛି ଗେହ୍ଲା ପୁଅ ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ନିକଟସ୍ଥ ପଦ୍ମପୁର ପଞ୍ଚାୟତ ବୃନ୍ଦାବନ ପୁର ଗ୍ରାମର ସନାନ୍ତନ ନାଇକଙ୍କ ସାନ ପୁଅ ସୁନୀଲ ନାଇକଙ୍କ ମୃତ ଦେହ ଆଜି ଗ୍ରାମର ନିକଟସ୍ଥ ବଡ ନାଳ ଜଙ୍ଗଲରୁ ଉଦ୍ଧାର କରିଛି ପାଟପୁର ପୋଲିସ । ସୂଚନାରୁ ପ୍ରକାଶ ଯେ ସୁନୀଲ ନାଇକ ଗତକାଲି ସକାଳୁ ପ୍ରତିଦିନ ଭଳି ଛେଳି ଚଳାଇବାକୁ ଜଙ୍ଗଲକୁ ଯାଇଥିଲେ । ଯେତେବେଳେ ଦିନ ୩ଟା ବେଳେ ପୁଅର ଖାଇବା ସମୟ ହେବାରୁ ମା ପୁଅ ପାଇଁ ଖାଇବା ନେଇ ଜଙ୍ଗଲକୁ ଯାଇଥିଲେ ପୁଅକୁ ପାଇନଥିଲେ । ଅନେକ ଖୋଜା ଖୋଜି କରି ପୁଅକୁ ଜଙ୍ଗଲରେ ପାଇନଥିଲେ । କିନ୍ତୁ ଏକ ଗଛତଳେ କିଛି ରକ୍ତ ଛିଟା ଦେଖି ମା ଙ୍କ ସଂଦେହ ବଡ଼ିଥିଲା । ପାଖରେ ଥିବା ସମ୍ପର୍କୀୟ ଦିଅରକୁ ଡାକି ଦେଖେଇଥିଲେ ପରେ ପରେ ରାତି ହୋଇଯିବାରୁ ପୁଅକୁ ନପାଇ କାନ୍ଦି କାନ୍ଦି ଘରକୁ ଫେରିଆସିଥିଲେ ବୁଢୀ ମା ।

Advertisement

ଆଜି ଭୋରୁ ମା ଗ୍ରାମର କିଛି ଲୋକଙ୍କୁ ନେଇ ପୁଅକୁ ଖୋଜିବା ପାଇଁ ବାହାରିପଡିଥିଲେ । ଜଙ୍ଗଲରେ ଅନେକ ଖୋଜା ଖୋଜି କରି ଦେଖିବାକୁ ପାଇଲେ ଯେ ସୁନୀଲ ଙ୍କ ଗଳା କାଟି ହାତ ଗୋଡ ବନ୍ଧା ମୂର୍ତ ଦେହ ଏକ ଗଛ ତଳେ ପଡିଛି । ମାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଗେହ୍ଲା ପୁଅକୁ ଏଭଳି ରକ୍ତା ଅବସ୍ଥାରେ ଦେଖି ମା ତାର ମୃତ୍ୟୁକୁ ଗ୍ରହଣ କରିପାରିନଥିଲେ । ଅନ୍ୟପଟେ ଏଭଳି ବିଭସ୍ୟ ହତ୍ୟାକୁ ନେଇ ସ୍ଥାନୀୟ ଲୋକେ ତୁରନ୍ତ ପାଟପୁର ପୋଲିସ କୁ ଖବର ଦେଇଥିଲେ ପରେ ପୋଲିସ ଖବର ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଏହାପରେ ଛତ୍ରପୁର ସାଇଣ୍ଟିପିକ ଟିମ ସହ ସନ୍ଧାନୀ କୁକୁର ଜଙ୍ଗଲରେ ପହଞ୍ଚେଇ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଖବର ଥାଉ ଯେ ସୁନୀଲଙ୍କ ଭଉଣୀ ଏକ ମାସ ପୁଡାମାରି କଲେଜ କୁ ଯାଇ ଫେରିନଥିଲେ ଆଉ ଏବେ ସୁନୀଲ ଙ୍କ ଗଳା କାଟି ହତ୍ୟା କରିବା ଘଟଣା ସମୃକ୍ତ ଅଂଚଳରେ ଶୋକର ଛାୟା ଖେଳାଇଦେଛି ।

Leave a Reply

Your email address will not be published. Required fields are marked *