Pratidin TV

Odisha's Digital News Platform

ବନ୍ଦଘର ଭିତରୁ ମିଳିଲା ମାଆ ପୁଅଙ୍କ ମୃତଦେହ , ରହସ୍ୟ ଖୋଜୁଛି ପୋଲିସ ..

1 min read

ଘର ଭିତରୁ ଦୁଇଟି ମୃତଦେହ ଉଦ୍ଧାର କରିଛି ପୋଲିସ । ମାଆ ସହ ପରପାରିକୁ ଚାଲିଯାଇଛି ଭେଣ୍ଡିଆ ପୁଅ । କେମିତି ମାଆ ପୁଅଙ୍କ ମୃତ୍ୟୁ ହେଲା କାହାକୁ ବି ଟିକଏ ଜଣା ନାହିଁ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରେ ।

ବଳରାମ ପ୍ରସାଦ ଗ୍ରାମର ଭାଲୁ ଧରି ସାହିରେ ମା ଏବଂ ପୁଅର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ୍ୟୁ କେମିତି ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାଅନୁସାରେ ଭାଲୁ ଧରି ସାହିର ମା ଦ୍ରୋପତି ସାହୁ (୭୦) ଏବଂ ପୁଅ ରଞ୍ଜିତ ସାହୁ (୩୨) ଙ୍କର ମୃତଦେହ ତାଙ୍କ ଘରୁ ଆଜି ପୋଲିସ ଉଦ୍ଧାର କରିଛି । ପାରିପାର୍ଶିକ ପରିସ୍ଥିତି ଦେଖିଲେ ଲାଗୁଛି ସେମାନେ ଜୀବନ ହାରିଛନ୍ତି । ମା ଦ୍ରୋପତି ଙ୍କର ବେକ କୁ ଧାରୁଆ ଅସ୍ତ୍ରରେ କଟା ହୋଇଥିବା ବେଳେ ପୁଅ ରଞ୍ଜିତ ରଶି ଲଗାଇ ଝୁଲି ଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ନାଲକୋ ଥାନା ପୋଲିସ । ଏହି ଖବର ପାଇବା ପରେ ଅନୁଗୋଳ SDPO ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *