Pratidin TV

Odisha's Digital News Platform

ଭାରତ ଫେରିଲା କୁୱେତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରେ ମୁଣ୍ଡ ପିଟି କାନ୍ଦୁଛନ୍ତି ପରିବାର ଲୋକେ ।

1 min read

କୁୱେତ ର ଭୟଙ୍କର ଅଗ୍ନିକାଣ୍ଡ ଆଜି ପୁରା ବିଶ୍ୱକୁ ଥରାଇଦେଇଛି । ଆଉ ସବୁଠି ବେଶୀ କ୍ଷତି ଘଟିଛି ଭାରତକୁ । ବିଲ୍ଡିଂରେ ଲାଗିଥିବା ଅଗ୍ନିକାଣ୍ଡରେ ପ୍ରାୟ ୪୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୨ ଓଡିଆ ପୁଅ ମଧ୍ୟ ଅଛନ୍ତି । ଯିଏ ନିଜ ପରିବାର ଘରଦ୍ୱାର ଛାଡି ବିଦେଶକୁ କିଛି ଟଙ୍କା ରୋଜଗାର ପାଇଁ ଯାଇଥିଲେ । କିନ୍ତୁ ଅକାଳରେ ସେମାନଙ୍କ ମୃତ୍ୟୁ ହୋଇଛି ।

ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସରେ କୁୱେତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ କେରଳ କୋଚି ବିମାନ ବନ୍ଦରରେ ପହଞ୍ଚିଥିଲା । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ନିଜେ ବିମାନ ବନ୍ଦର ଯାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଠାରୁ ମୃତଦେହଗୁଡିକୁ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚାଇବା ପରେ ସେଠାରୁ ସେମାନଙ୍କ ନିଜ ନିଜ ପରିବାରକୁ ପଠାଯିବାର ସୂଚନା ରହିଛି ।

ଅନ୍ୟପଟେ ବିମାନବନ୍ଦରକୁ ଛୁଟିଛି ପରିବାର ଲୋକଙ୍କ ସୁଅ । ନିଜ ନିଜ ପୁଅ,ସ୍ୱାମୀ କିଏ ତା ଭାଇର ମୃତ ଶରୀର ନେବାକୁ ପହଞ୍ଚିଥିଲେ । ଆଉ ସେ ସମୟର ଦୃଶ୍ୟ ଥିକା ଅତ୍ୟନ୍ତ ହୃଦୟ ବିଦାରକ । ପରିବାର ଲୋକଙ୍କ କାନ୍ଦରେ ଫାଟିପଡୁଥିଲା ପୁରା ବିମାନ ବନ୍ଦର ।

Leave a Reply

Your email address will not be published. Required fields are marked *