Pratidin TV

Odisha's Digital News Platform

ନଦୀକୂଳରୁ ଉଦ୍ଧାର ହେଲା କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

1 min read

ଚମ୍ପୁଆ: କେନ୍ଦୁଝରରେ ଘଟିଛି ଅଭାବନୀୟ ଘଟଣା । ବୈତରଣୀ ନଦୀ କୂଳରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ ମୃତଦେହ । ମୃତକ ଜଣକ ହେଲେ ରାମକୃଷ୍ଣ ସିଂ । ସେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପରିମଳ ଓ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଥିଲେ । ତେବେ ସେ ନିଜ ଜୀବନ ହାରିଥିବା ସନ୍ଦେହ କରାଯାଉଛି । କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ ନିଜ ଗାଁ ଜୟନ୍ତୀନାପୁର ବୈତରଣୀ ନଦୀ କୂଳରେ ଏକ ଜାମୁଗଛ ନିକଟରୁ ଉଦ୍ଧାର କରାଯାଇଛି । ଗଛପାଖରେ ଏକ ବାଇକ୍ ଓ ହେଲମେଟ୍ ରହି ଥିଲା । ଯାହା ତାଙ୍କର ବୋଲି ଜଣାପଡିଛି । ସେ ଗତକାଲି ଦିନ ବେଳୁ ଚମ୍ପୁଆ ବ୍ଲକ୍ କୋଲନୀ ସରକାରୀ ବାସଭବନରୁ ନିଖୋଜ ଥିଲେ । ସେ ଘରକୁ ଫେରି ନଥିବା ବେଳେ ପରିବାର ଲୋକେ ଚାରିଆଡ଼େ ଖୋଜା ଖୋଜି କରି ଥିଲେ ।ଘରୁ ବାହାରିବା ସମୟରେ ନିଜ ମୋବାଇଲ ଘରେ ଛାଡି ଦେଇଥିବାରୁ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଆଜି ସକାଳୁ ରାମକୃଷ୍ଣଙ୍କ ଝଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା । ସକାଳୁ ଗାଁ ଲୋକେ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *