ଭାଇର ଶବକୁ ୨୨ ଦିନ ପରେ ଉଦ୍ଧାର କଲା ବଡ ଭାଇ , ଜିନ୍ଦଲ କମ୍ପାନୀ ନାଁରେ ପରିବାର ଆଣିଲା ହତ୍ୟା ଅଭିଯୋଗ ।
1 min read୨୨ଦିନ ପୂର୍ବରୁ ଏକ ଅଜଣା ଯୁବକଙ୍କ ଶବକୁ ଟାଟା ଷ୍ଟିଲର ଟ୍ରେନରେ ଲୁହାପଥର ଅନଲୋଡିଙ୍ଗି ସ୍ଥାନରୁ ଉଦ୍ଧାର କରାଯାଇଥିଲା ।ପୋଲିସ ସେହି ଯୁବକ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବିଚ୍ଛେଦ କରାଇଥିଲା । ଯେହେତୁ ଶବଟିର ପରିଚୟ କିମ୍ବା ସମ୍ପକିୟଙ୍କ ବିଷୟରେ କିଛି ଜଣାପଡିନଥିଲା ତେଣୁ ତାକୁ କଳିଙ୍ଗ ନଗର ପୋଲିସ ପକ୍ଷରୁ ବୀରଭୂମି ନିକଟରେ ମୃତଦେହଟିକୁ ପୋତା ଯାଇଥିଲା।
ସୂଚନା ମୁତାବକ କଳିଙ୍ଗ ନିଗରସ୍ଥିତ ଜିନ୍ଦଲ କାରଖାନାର ଟେକ୍ନୋନ ଫାସିଲିଟି ଓ ମ୍ୟାଞ୍ଜେମେଣ୍ଟ ସଂସ୍ଥା ଅଧୀନରେ ଆଦର୍ଶ କୁମାର ରାଉତ(୨୮) ଗୋଟିଏ ମାସ ପନ୍ଦରଦିନ ହେବ କାର୍ଯ୍ୟ କରୁଥିଲେ । ପିତା ରାମଚନ୍ଦ୍ର ରାଉତ ଚାନ୍ଦବାଲି ଥାନ ଅନ୍ତର୍ଗତ ପାଙ୍ଗୁଡା ଗ୍ରାମର ରେ ପରିବାର ସହ ରୁହନ୍ତି । ପୁଅ ହଠାତ୍ ଫୋନ ବନ୍ଦ କରିଦୋରୁ ପରିବାରକୁ ସନ୍ଦେହ ହୋଇଥିଲା । ପରିବାର ଲୋକ ବହୁତ ଖୋଜ ଖୋଜି କରିବା ପରେ ପୁଅ କୁ ନପାଇବାରୁ ୨୭ ତାରିଖ ଦିନ ମୃତ୍ୟୁ ଆଦର୍ଶର ବାପା ପ୍ରଥମେ ଜଖପୁରା ଥାନ ଓ ପରେ କଳିଙ୍ଗ ନଗର ଥାନରେ ଏକ ଅଭିଯୋଗ କରିଥିଲେ।
ପୋଲିସ ପୋତିଥିବା ଅଜଣା ଯୁବକଙ୍କ ଶବର ଫୋଟ ଓ ଭିଡିଓ ଦେଖାଇ ଚିହ୍ନଟ ହୋଇଥିଲା।ଗୁରୁବାର ଦିନ ମଧ୍ୟାହ୍ନରେ ସୁକିନ୍ଦାର ତହସିଲଦାର ତଥା ମାଜିଷ୍ଟ୍ରେଟ ଦମୟନ୍ତି ସାହୁ, କଳିଙ୍ଗ ନଗର ଅତିରିକ୍ତ ଏସ୍ପି ଏସ ଟୋପ ଓ କଳିଙ୍ଗ ନଗରର ଥାନ ଅଧିକାରୀ ରଞ୍ଜନ ପ୍ରଧାନଙ୍କ ଉପସ୍ଥିତରେ ଜେସିବି ମାଧ୍ୟମରେ ଯୁବକଙ୍କ ଶବକୁ ଉଦ୍ଧାର କରାଯାଇ ପୁନର୍ବାର ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।ଏପଟେ ପରିବାର ଲୋକଙ୍କ କହିଛନ୍ତି ଯେ ତାଙ୍କୁ କିଏ ମାରିଦିଆଯାଇଥିବା ସହ ସେହି ଶବ ଟି କିପରି ଟାଟା ଷ୍ଟିଲର ଟ୍ରେନରେ ଲୁହାପଥର ଅନଲୋଡିଙ୍ଗି ସ୍ଥାନକୁ କିପରି ଆସିଲା ସନ୍ଦେହ କରିବା ସହିତ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।ତେବେ ଦେଖିବାକୁ ବାକି ରହିଲା ପରିବାର ଲୋକ ସନ୍ଦେହ ଥିବା ମୃତ୍ୟୁ ପଛର କାରଣର ପରଦା ହଟୁଛି।