ଖୋଲିବ ଆଦର୍ଶ ବିଦ୍ୟାଳୟ ଛାତ୍ରର ମୃତ୍ୟୁ ରହସ୍ୟ , ହ୍ୱାଟ୍ସଆପ୍ ମେସେଜ୍ କହିବ ସବୁ ସତ …
1 min readକେନ୍ଦ୍ରାପଡ଼ା ; ମୃତ୍ୟୁର ୧୪ ଦିନ ପରେ ନାବାଳକ ଶବକୁ ମାଟିତଳୁ ଖୋଳାଯାଇ ବାହାର କରାଗଲା । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ରାଜକନିକା ଥାନା ଅନ୍ତର୍ଗତ ଦେଉଳସାହି ଗାଁରେ ଦେଖିବାକୁ ମିଳିଛି । ଉକ୍ତ ଗାଁର ସୁଜିତି ବେହୁରାଙ୍କ ନାବାଳକ ପୁଅ ଯେ କି କେନ୍ଦ୍ରାପଡା ଆଦର୍ଶ ଵିଦ୍ୟାଳୟର +୨ ଦ୍ୱିତୀୟ ବର୍ଷ ବାଣିଜ୍ୟ ଛାତ୍ର ଥିଲେ।
ଗତ ୧୨ ତାରିଖ ରାତିରେ ବେକରେ ରଶିଲଗାଇ ଜୀବନ ହାରିଥିଲେ । ହେଲେ ପରିବାର ଲୋକେ ପୁଅର ମୃତ୍ୟୁର କାରଣ ଜାଣି ନପାରି ସ୍ଥାନୀୟ ଗ୍ରାମର ମୁରବିଙ୍କ ପରାମର୍ଷ କ୍ରମେ ମୃତ ଦେହକୁ ପୋତି ଦେଇଥିଲେ । ପରବର୍ତ୍ତୀ ସମୟରେ ମୃତ ନାଁବାଳକର ମୋବାଇଲର ଲକ ଖୋଲିବା ପରେ, ପ୍ରେମ ସମ୍ପର୍କକୁ ନେଇ ନାବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।
ଏନେଇ ଗତକାଲି ରାଜକନିକା ଥାନାରେ ମୃତ ନାଁବାଳକର ମାଆ ସେହି ଗାଁର ସମ୍ପୃକ୍ତ ପ୍ରେମିକାର ମା ଲିଜାରାଣୀ ନାଥ ସ୍ୱାମୀ ସୁଶାନ୍ତ ନାଥ, ଝିଅ ସ୍ନେହାଶ୍ରୀ ନାଥ ଓ ଜେଜେ ବାପା ବଂଶୀଧର ନାଥଙ୍କ ନାମରେ ଏତଲା ଦେଇଥିଲେ।ଏତଲାକୁ ଆଧାରକରି ଆଜି ରାଜକନିକା ପୋଲିସ, ସାଇଣ୍ଟିଫିକ ଟିମ,କନିକା ତହସିଲଦାର ଅଶୋକ କୁମାର ଦେହୁରୀ,ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତକରି ପୋଷ୍ଟମଟମ କରିବା ପରେ ରାଜକନିକା ପୋଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।