Pratidin TV

Odisha's Digital News Platform

ଚିହ୍ନଟ ହେଲା କ୍ଷେତରୁ ମିଳିଥିବା ମହିଳାଙ୍କ ମୃତଦେହ, ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ ।

ବଲାଙ୍ଗୀର ; ବଲାଙ୍ଗୀର ପୁଇନ୍ତଳା ସାତମାଇଲ ଛକ କେସେର କେଲା ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା । ଜଣା ପଡିଲା ମୃତ ମହିଳାଙ୍କ ପରିଚୟ । ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବରିଗୁଭା ଗାଁର ଚକା ମହାନନ୍ଦଙ୍କ ସ୍ତ୍ରୀ ସଂଯୁକ୍ତା ହରପାଲ । ସଂଯୁକ୍ତା ବରଗାଁ ପଂଚାୟତରେ ମିଶନ ଶକ୍ତି ସି. ଆର. ପି ଭାବରେ କାମ କରନ୍ତି ।

୨୧ ତାରିଖ ସକାଳୁ ଅଫିସ କାମରେ ଘରୁ ବାହାରି ଆଉ ଘରକୁ ଫେରିନଥିଲେ । ଆଉ ଗତକାଲି ସକାଳୁ ବଲାଙ୍ଗୀର ଜିଲ୍ଲାରୁ ମିଳିଥିଲା ଶବ । ପରିବାର ଲୋକେ ବଲାଙ୍ଗୀର ଆସି ଶବକୁ ଚି଼ହ୍ନଟ କରିଛନ୍ତି । ସ୍ତ୍ରୀର ହତ୍ୟାକାରୀକୁ କଠୋର ଦଣ୍ଡ ଦେବା ପାଇଁ ଦାବୀ କରିଛନ୍ତି ମୃତକଙ୍କ ସ୍ୱାମୀ ଓ ସମ୍ପର୍କୀୟ ।

Leave a Reply

Your email address will not be published. Required fields are marked *