Pratidin TV

Odisha's Digital News Platform

ଭାରତରେ ପୁଣିଥରେ ଆତଙ୍କ ଖୋଳାଇଲାଣି ନିପା ଭାଇରସ, ନେଲାଣି ଦୁଇଟି ମୁଣ୍ଡ


ନୂଆଦିଲ୍ଲୀ: ପୁଣିଥରେ ଭାରତରେ ଚିନ୍ତା ବଢାଇଲା ନିପା ଭାଇରସ । କେରଳରେ ଧିରେ ଧିରେ କାୟା ବିସ୍ତାର କରୁଛି ଏହି ଭାଇରସ । ଏହି ମସ୍ତ ସ୍କ ଭାଇରାଲ ରୋଗରେ ଅନେକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଦୁଇ ଜଣଙ୍କର ଜୀବନ ଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ଭୁତାଣୁକୁ ରୋକିବା ପାଇଁ କେରଳ ସରକାର ପଦକ୍ଷେପ ଗ୍ରହଣ କରଛନ୍ତି । ନିପା ଭାଇରସ ଜନିତ ମୃତ୍ୟୁ ପରେ କେରଳର କୋଝିକୋଡେ ଜିଲ୍କାରେ ୪୦ରୁ ଅଧିକ ସ୍ଥାନକୁ କେଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ଅଞ୍ଚଳ ମାନଙ୍କରେ ପୋଲିସ ଫୋର୍ସ ମୂତୟନ କରାଯାଇ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଓ ଅନ୍ୟଅନୁଷ୍ଠାନ ଗୁଡିକ ବନ୍ଦ କରାଯାଇଛି । ଅନ୍ୟପଟେ ଏହି ଭାଇରସ ଅଧିକ ମାତ୍ରାରେ ନ ବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ପ୍ରଶାସନ କ୍ଲିନିକାଲ ଲକ୍ଷଣ ଉପରେ ଧ୍ୟାନ ରଖିଛି ।ଏହି ଭାଇରସ ସାଧାରଣତଃ ବାଦୁଡି ମାନଙ୍କ ଠାରୁ ମଣିଷଙ୍କୁ ସଂଙ୍କ୍ରମିତ ହୋଇଥାଏ । ଦେଶରେ ପ୍ରଥମଥର ପାଇଁ ୨୦୦୧ ମସିହାରେ ନିପା ଭାଇରସ ଦେଖିବାକୁ ମିଳିଥିଲା । ପରେ ୨୦୦୭ରେ ଲୋକ ଦ୍ୱତୀୟ ଥର ପାଇଁ ଲୋକମାନେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ୨୦୧୮ ମିସହାରେ କେରଳରେ ନିପାରେ ଆକ୍ରାନ୍ତ ହୋଇ ୧୬ ଜଣ ଲୋକ ପ୍ରାଣ ହରାଇଥିଲେ । ବର୍ତ୍ତମାନ ପୁଣିଥରେ ସେଠାରେ ନିପା ସଂଙ୍କ୍ରମଣ ବୃଦ୍ଧି ପାଇଛି ।


ଅପରପକ୍ଷେ କେରଳରେ ନିପାରେ ସଂଙ୍କ୍ରମିତ ହେଉଥିବା ଲୋକ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି । କୋଝିକୋଡେ ସ୍ଥିତା ଏକ ଘରୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ୩ ଜଣ ନିପା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହାବାଦ୍ ସଂଙ୍କ୍ରମଣ ଚିହ୍ନଟ ପାଇଁ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୭୦୦ରୁ ଉର୍ଦ୍ଧ ରହିଛି । ସେପଟେ ଏପର୍ଯ୍ୟନ୍ତ ଦେଶର ୧୦ଟି ରାଜ୍ୟରେ ଏହି ଭାଇରସର ଉପସ୍ଥିତି ଚିହ୍ନଟ ହୋଇସାରିଛି ।

Leave a Reply

Your email address will not be published. Required fields are marked *