ଚାଲୁ ରହିଛି BSKY କାର୍ଡ, ଅବଗତ କରାଇଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ
1 min readସ୍ବାସ୍ଥ୍ଯ ସଚିବ ଶାଳିନୀ ପଣ୍ଡିତ କଲେ ସ୍ପଷ୍ଟୀକରଣ | ରାଜ୍ଯରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିବା ନେଇ ମିଳିଲା ସ୍ପଷ୍ଟିକରଣ | ଏନେଇ ସମ୍ପୃକ୍ତ ଘରୋଇ ହସ୍ପିଟାଲଗୁଡ଼ିକ ସହିତ ବୁଝାମଣାପତ୍ର ବଳବତ୍ତର ରହିଛି। ପ୍ଯାନେଲରେ ଥିବା ହସ୍ପିଟାଲଗୁଡ଼ିକ ପୂର୍ବପରି BSKY କାର୍ଡଧାରୀଙ୍କୁ ବିନା ବଧରେ ଚିକିତ୍ସା ସେବା ଦେବାପାଇଁ ଦିଆଯାଇଛି ନିର୍ଦ୍ଦେଶ | ଶାଳିନୀ ପଣ୍ଡିତ ଆହୁରି କହିଛନ୍ତି, ଯୋଜନାରେ ପୂର୍ବଭଳି ସରକାରଙ୍କ ପକ୍ଷରୁ ହସ୍ପିଟାଲଗୁଡିକୁ ଚିକିତ୍ସା ସମ୍ବନ୍ଧୀୟ ଦେୟ ପ୍ରଦାନ ଜାରି ରହିବ।
ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ମେଡିକାଲ ଆସୁଥିବା ରୋଗୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ସାମ୍ନା ନ ହୁଅନ୍ତୁ | ଗତ ୪ ତାରିଖରେ ଏହି ଯୋଜନାରେ ୫ ହଜାର ୮ଶହ ରୋଗୀ ପଞ୍ଜୀକରଣ କରିଥିଲେ। ସେହିପରି ଗତ ୫ ତାରିଖରେ ୫ ହଜାର ୩୮୯ ରୋଗୀ ପଞ୍ଜୀକରଣ କରିଛନ୍ତି। ତେବେ ଏହି ଯୋଜନାକୁ ନେଇ ରୋଗୀ ଆତଙ୍କିତ ନ ହେବା ପାଇଁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି |