Pratidin TV

Odisha's Digital News Platform

BSKY କାର୍ଡ ଯୋଜନା ଚାଲୁ ରହିବ, ଯେଉଁ ହସ୍ପିଟାଲ୍ ଏଥିରେ ଅବହେଳା କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

1 min read

BSKY କାର୍ଡଧାରୀଙ୍କ ପାଇଁ ଆସ୍ୱସ୍ତି। BSKY କାର୍ଡକୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱକୁ ଦୂର କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । BSKY କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଲା ବଡ ସୂଚନା । ସଚିବ ପ୍ରଦୀପ ଜେନା ଆହୁରି କହିଛନ୍ତି, BSKY ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ରହିଛି | ଯେଉଁ ପର୍ଯ୍ୟନ୍ତ ଏହି ଯୋଜନାରେ ନୂତନ ସରକାର କିଛି ପଦକ୍ଷପ ନେଇ ନାହାଁନ୍ତ ସେ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ରହିବ |

ରାଜ୍ୟରେ BSKY କାର୍ଡ ବର୍ତ୍ତମାନ ବଳବତ୍ତର ରହିଛି ବୋଲି କହିଛନ୍ତି ପ୍ରଦୀପ ଜେନା। ସେ କହିଛନ୍ତି, ସମସ୍ତ ହସ୍ପିଟାଲରେ BSKY କାର୍ଡରେ ଚିକିତ୍ସା ଚାଲୁ ରହିବ । କୌଣସି ହସ୍ପିଟାଲରେ ବିଏସକେୱାଇ ହିତାଧିକାରୀଙ୍କୁ ଚିକିତ୍ସାରେ ଅବହେଳା କିମ୍ୱା ଫେରାଇ ପାରିବେ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ଟେଲିଫୋନ ନମ୍ୱର- ୧୦୪ ଜାରି ହୋଇଛି । BSKYରେ ଅବହେଳା ହେଲେ ୧୦୪କୁ କଲ୍ କରିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ହସ୍ପିଟାଲ ଏହାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *