Pratidin TV

Odisha's Digital News Platform

ଜୁଲାଇରୁ ଆରମ୍ଭ ହେବ ବଜେଟ ଅଧିବେଶନ !

1 min read

ଜୁଲାଇ ରେ ବସିବ ବଜେଟ ଅଧିବେଶନ! ମୋଦି ୩.୦ ସରକାରର ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।  ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨୦ ସୁଦ୍ଧା ପୂର୍ଣ୍ଣ ବଜେଟ ଅଧିବେଶନ ବସିବାର ସମ୍ଭାବନା ରହିଛି। ରିପୋର୍ଟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨୦ ସୁଦ୍ଧା ପୂର୍ଣ୍ଣ ବଜେଟ ଅଧିବେଶନ ବସିବାର ସମ୍ଭାବନା ରହିଛି। 

ଏନେଇ ରିଜୁଜୁ ଏକ ଏକ୍ସ ପୋଷ୍ଟରେ କହିଥିଲେ ଯେ, ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଜୁଲାଇ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅଧିବେଶନରେ  ସାଂସଦମାନେ ଶପଥ ନେବା ସହ ବାଚସ୍ପତି ନିଯୁକ୍ତି ହେବ। ଅଧିବେଶନର ପ୍ରଥମ ଓ ଦ୍ୱିତୀୟ ଦିନ ସାଂସଦମାନେ ଶପଥ ଗ୍ରହଣ କରିବେ ଏବଂ ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ ଏବଂ ଜୁଲାଇ 3 ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଏହା ପରେ ଜୁଲାଇ ମଧ୍ୟ ଭାଗରେ ପୂର୍ଣ୍ଣ ବଜେଟ ଉପସ୍ଥାପନ ହେବ।

Advertisement

Leave a Reply

Your email address will not be published. Required fields are marked *