Pratidin TV

Odisha's Digital News Platform

ଗଛରେ ପିଟିହେଲା ବିକ୍ରାନ୍ତ ବସ୍ , ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ , ୧୦ ଆହତ …

ଗଜପତି ; ଆଜି ସକାଳେ ଗଜପତି ଜିଲ୍ଲା ମୋହନା ଥାନା ନିକଟ ରାଇସିଂ ଘାଟି ରେ ବିକ୍ରାନ୍ତ ନାମକ ଏକ ଘୋରୋଇ ବସ ଗଛକୁ ଧକ୍କା ଦେଇଛି । ଯେଊଁଥିରେ ପ୍ରାୟ ୩୦ ରୁ ଉର୍ଦ୍ଧ ଯାତ୍ରୀ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୧୦ ଆହତ ହୋଇଥିବା ଜଣାପଡିଛି ।

ଆଜି ସକାଳେ ଯାତ୍ରୀବାହୀ ବସଟି ୩୦ ଜଣ ଯାତ୍ରୀଙ୍କୁ ନେଇ ବ୍ରାହ୍ମଣୀଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ରାଇସିଂ ଘାଟି ନିକଟରେ ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ସମେତ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *