Pratidin TV

Odisha's Digital News Platform

ଟ୍ୟାଙ୍କର ଧକ୍କାରେ ବସ ଛିନଛତ୍ର, ୧୮ ମୃତ ୩୦ରୁ ଊର୍ଦ୍ଧ୍ବ ଆହତ

1 min read

ଉତ୍ତରପ୍ରଦେଶର ଉନ୍ନାବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହେବାରୁ ବସ୍‌ଟି ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାର ସୀତାମଣ୍ଡିରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ବସ୍। ନିୟନ୍ତ୍ରଣ ହରାଇ କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଲା ବସ୍। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସଂପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ରେସକ୍ୟୁ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ବସରୁ ଉଦ୍ଧାର କରିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ରାସ୍ତାରେ ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଥିଲା ।

ଏହି ଦୁର୍ଘଟଣା ପରେ ବସ୍‌ଟି ଛିନଛତ୍ର ହୋଇ ରାସ୍ତା ଉପରେ ପଡ଼ିଥିବା ବେଳେ ଲୋକେ ବି ଛିଟିକି ପଡ଼ିଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ହୋଇ ଯାଇଥିଲା। ଦୁର୍ଘଟଣାର କାରଣ ଅନୁସନ୍ଧାନ ଚାଲିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ବସ୍ ଅତ୍ୟଧିକ ଦ୍ରୁତ ଗତିରେ ଆସୁଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସରେ ଏ ନେଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଉକ୍ତ ସ୍ଥାନରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

Leave a Reply

Your email address will not be published. Required fields are marked *