ବସ ଦୁର୍ଘଟଣାର ଭୟଙ୍କର ଛାତିଥରା ଦୃଶ୍ୟ ବଖାଣିଲେ ଡ୍ରାଇଭର…
1 min readକଟକ: ବାଙ୍କୀ ବସ ଦୁର୍ଘଟଣାର ଭୟଙ୍କର ଛାତିଥରା ଦୃଶ୍ୟ ବଖାଣିଲେ ବସ ଡ୍ରାଇଭର । ମହାନଦୀ ଗର୍ଭକୁ ବସଟି ଖସୁ ଖସୁ କିପରି ପୋଲ ବାଡରେ ଅଳ୍ପକେ ଝୁଲି ରହିଥିଲା । ଆଉ ଜୀବନ ମରଣର ସହ ସଂଘର୍ଷ କରୁଥିବା ଯାତ୍ରୀମାନଙ୍କୁ ବସ ଡ୍ରାଭର କିପରି ଉଦ୍ଧାର କରିଥିଲେ । ସେଇ ହୃଦୟଥରା ଦୃଶ୍ୟର କାହାଣୀ ବଖାଇଛନ୍ତି ବସ ଡ୍ରାଇଭର ।
ସବୁଦିନ ଭଳି ସେଦିନ ସକାଳ ପ୍ରାୟ ୭ଟା ବାଜି ୪୫ ମିନିଟଜରେ ଗାଡି ଅନୁଗୁଳୁର ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଦିନ ୧୨ ସୁଦ୍ଧା ପହଞ୍ଚିଥାନ୍ତା ଭୁବନେଶ୍ୱରରେ । କିନ୍ତୁ ବାଟରେ ଏତେବଡ ଦୁର୍ଘଟଣା ଘଟିଯିବ ତାହା କେହିବି ଜାଣିନଥିଲେ । ଦିନ ଠିକ ୧୦.୩୦ ବେଳକୁ ଗାଡି କଟକ ବାଙ୍କି ସ୍ଥିତ ଜାତ ମୁଣ୍ଡିଆ ବ୍ରିଜ ଉପରେ ଯାଉଥିଲା । କିନ୍ତୁ ହଠାତ ଗାଡିଟି ଭାରସାମ୍ୟ ହରାଇ ବ୍ରିଜ କଡରେ ଥିବା ବ୍ୟରିକେଡ ଭାଙ୍ଗି ମାଡିଯାଇଥିଲା । କିନ୍ତୁ ସୈାଭାଗ୍ୟ ବଶତଃ ଡାହାଣକୁ ବେକ୍ର ଟାଣି ନେବାରୁ ଗାଡିଟି ସେଇଠି ଅଟକି ଯାଇଥିଲା । ତେବେ ଆଗରୁ ଗାଡି ପୁରା ଠିକଠାକ ଥିଲା କିଛି କୋଉଠି ଅସୁବିଧା ହୋଇନଥିଲା । ଆଉ ଗାଡିର ସ୍ପିଡ୍ ମଧ୍ୟ ୪୦ରୁ ୪୫ ଭିତରେ ଥିଲା । ଗାଡିରେ ୩୦ ରୁ ଉର୍ଦ୍ଧ ଲୋକ ରହିଥିଲେ । ଖାସକରି ସ୍ତ୍ରୀ ଲୋକ ମାନେ ଅଧିକ ଥିଲେ । କିନ୍ତୁ ଏହି ଭୟଙ୍କର ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । କାରଣ ଏହି ସମୟରେ ରାସ୍ତାରେ ଯାଉଥିବା ବାଇକ ଆରୋହି ମାନଙ୍କୁ ଅଟକାଇ ମୁଁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲି । ଆଉ ନିଜେ ମଧ୍ୟ ଗାଡି ଭିତରେ ଥିବା ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲି । ଦୁର୍ଘଟଣା ଘଟିବା ପରେ ମୁଁ ଫେରାର ହୋଇନଥିଲି । ମୁଁ ନିଜେ ଉପସ୍ଥିତ ରହି ଲୋକଙ୍କୁ ବଞ୍ଚାଇଥିିଲି । ଏଥିସହ ଡମ୍ପଣା ପଞ୍ଚାୟତର ଡ୍ରାଇଭର ଭାଇମାନେ ଆସି ମୋତେ ଏଥିରେ ସାହାର୍ଯ୍ୟ ସହେଯାଗ କରିଥିଲେ ।
ହଁ ଆଜ୍ଞା ଇଏ ଥିଲା ସେହି ବସ ଟ୍ରାଜେଡିର ପୁରା କାହାଣୀ । ଗତକାଲି ଅର୍ଥାତ ଅକ୍ଟୋବର ୩ ତାରିଖରେ ବାଙ୍କି ମହାନଦୀ ବ୍ରିଜରେ ଯାତ୍ରୀବାହୀ ବସଟି ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜରେ ମହାନଦୀକୁ ଖସୁ ଖସୁ ପୋଲ ବାଡରେ ଝୁଲି ରହିଥିଲା । କାହାର କିଛି ଅଘଟଣ ଘଟିନଥିବା ବେଳେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ପରେ ବସକୁ ସ୍ଥାନୀୟ ଲୋକେ,ଅଗ୍ନିଶମ ଓ ପୋଲିସ କର୍ମଚାରୀଙ୍କ ଉଦ୍ୟମରେ ଉଦ୍ଧାର କରାଯାଇଥିଲା ।