ନିର୍ବାଚନ ପାଇଁ ସରିଲା ପ୍ରଚାର….କାଲି ହେବ ୫ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା
1 min readଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୩ ତାରିଖରେ ପଡିବ ଭୋଟ । ୧୦ ରାଜ୍ୟର ୯୬ ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ବହୁ ଭିଆଇପି ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ମତଦାନ ପାଇଁ ନିର୍ବାଚନ କମିଶନ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।
ଥମିଲ ପ୍ରଚାର | ଏବେ ମତଦାନକୁ ଅପେକ୍ଷା | ଆସନ୍ତାକାଲି ପଡିବ ଭୋଟ | ଚତୁର୍ଥ ପର୍ଯ୍ୟାୟରେ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏହି ପର୍ଯ୍ୟାୟରେ ୫ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ବିହାର ବେଗୁସରାଇରୁ ନିର୍ବାଚନ ଲଢ଼ୁଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ, ବିହାର ଉଜିଆରପୁରରୁ ହେବ ଭାଗ୍ୟ ପରୀକ୍ଷା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ଯାନନ୍ଦ ରାୟ, ଝାଡ଼ଖଣ୍ଡରୁ କେନ୍ଦ୍ର କୃଷି ଓ କୃଷକ କଲ୍ଯାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ହେବ ଭାଗ୍ୟ ପରୀକ୍ଷା, ଉତ୍ତରପ୍ରଦେଶ ଖେରୀରୁ ପ୍ରାର୍ଥୀ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଥିବା ବେଳେ ସିକନ୍ଦରାବାଦରୁ ପ୍ରାର୍ଥୀ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ ହେବ କାଲି ଭାଗ୍ୟ ପରୀକ୍ଷା |