Pratidin TV

Odisha's Digital News Platform

ସ୍କୁଟିକୁ ଧକ୍କା ଦେଇ ଜଳିଗଲା କାର ,୬ଜଣ ଗୁରୁତର ଆହତ..

1 min read

ଦୁର୍ଘଟଣା ପରେ ଜଳିଗଲା କାର । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ ସିଡି ନିକଟରେ କାର ଓଲା ସ୍କୁଟି କୁ ପିଟିବା ପରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ର ୨୦ ଫୁଟ୍ ତଳକୁ ଖସି ପଡିଲା । ପରେ ସେହି ଦୁର୍ଘଟଣାରେ କାର ଟି ସମ୍ପୁର୍ଣ୍ଣ ଜଳିଯାଇଥିବା ବେଳେ ଏଥିରେ ଥିବା ୬ଜଣ ଆରୋହୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକ ଖବର ପାଇ ପିପିିଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ କରିଥିଲେ। କିନ୍ତୁ କାରଟି ସମ୍ପୁର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଥିଲା । ସେପଟେ ଓଲା ବାଇକ୍ ମଧ୍ୟ ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆରୋହୀ ଅଳ୍ପକେ ବର୍ତି ଯାଇଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କଟକ ଅଂଚଳ ରୁ ଏକ ପରିବାର ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ। ପିପିଲି ବରାଗଡ ସିଡି ନିକଟରେ ହଠାତ୍ ଏକ ଷଣ୍ଢ ରାସ୍ତା ପାର ହୋଇଥିବା ବେଳେ ଦୃତ ଗତିରେ ଆସୁଥିବା କାର ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଯାଉଥିବା ଆଉ ଏକ ସ୍କୁଟି କୁ ଧକ୍କା ଦେଇ ୨୦ ଫୁଟ ତଳକୁ ପଡ଼ିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଦୁର୍ଘଟଣାଗ୍ରସ୍ତ କାର ରୁ ୬ଜଣ ଆରୋହୀ ଙ୍କୁ ଉଦ୍ଧାର କରାଯାଇଥିବା ବେଳେ କୌଣସି କାରଣରୁ କାରରେ ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକମାନେ ଦୁର୍ଘଟଣାରେ ଆହତ ୬ ଜଣଙ୍କୁ ଉଦ୍ଧାର କରି ପିପିିଲି ସରକାରୀ ମେଡ଼ିକାଲ କୁ ପଠାଇଥିବା ବେଳେ ଘଟଣା ସ୍ଥଳରେ ପିପିିଲି ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର ଓ ସ୍କୁଟି କୁ ଜବତ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *