Pratidin TV

Odisha's Digital News Platform

ଟ୍ରକକୁ ପଛରୁ ପିଟିଲା କାର,ଚାଲିଗଲା ୧୦ ଯାତ୍ରୀଙ୍କ ଜୀବନ

1 min read

ଟ୍ରକକୁ ପଛରୁ ପିଟିଲା କାର | ଚାଲିଗଲା ୧0 ଜଣ ଯାତ୍ରୀଙ୍କ ଜୀବନ | ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରରେ | ତେବେ ମହାରାଷ୍ଟ୍ରରୁ ଜାମ୍ମୁ ଅଭିମୁଖେ ଯାଉଥିବା ଏକ ଟ୍ରକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ୍ସପ୍ରେସ ୱେର ନଦିଆ ନିକଟରେ ଛିଡା ହୋଇଥିବା ବେଳେ ଠକ ସେହି ସମୟରେ ଏକ ଦ୍ରୁତଗତିରେ କାର ଆସି ଟ୍ରକ ପଛକୁ ଦେଇଥିଲା ଧକ୍କା | ଫଳରେ ଦୁର୍ଘଟଣାରେ ଚାଲିଯାଇଥିଲା ୧0 ଜଣ ଯାତ୍ରୀଙ୍କ ଜୀବନ |

ତେବେ ଏହି ଦୁର୍ଘଟଣାରେ ଥିଲେ ୨ ନିରୀହ ଶିଶୁ ଥିବା ନେଇ ଜଣାପଡିଛି | ତେବେ ଘଟଣାସ୍ଥଳରେ ୮ ଜଣ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ପରେ ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲା | ତେବେ ମୃତକଙ୍କ ମଧ୍ୟରେ ୨ ଜଣ ପିଲା ଥିବା ଖେଦା ଏସ୍‌ପି ରାଜେଶ ଗଦିୟା କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *