ଭାରସାମ୍ୟ ହରାଇ କେନାଲ ଭିତରେ ପଶିଲା କାର …..
1 min readକୋରାପୁଟ ; ଭାରସାମ୍ୟ ହରାଇ କେନାଲ ଭିତରେ ପଶିଲା କାର ଅଳ୍ପକେ ବର୍ତିଲେ ଯାତ୍ରୀ। ଆଜି ଭୋର ସକାଳୁ ସକାଳୁ ପାଞ୍ଚ ଜଣ ପିକନିକ ପାଇଁ ନୂଆପଡା ଠାରୁ ଦେଓମାଳି ବାହାରିଥିଲେ । ବାଟରେ ଯାଉଥିବା ସମୟରେ ଏକ ଏହି ଯାତ୍ରୀବାହି ସୁଇଫ୍ଟ ଡ଼ିଯାଇର କାର ଜୟନ୍ତଗିରି ଜାତୀୟ ରାଜପଥ ୨୬ ନମ୍ବର କେନାଲ ନିକଟରେ ଥିବା କେନାଲ ଭିତରକୁ ପଶି ଯାଇଥିଲା।
କେନାଲରେ ଜଳସ୍ତର କମ ଥିବା ଯୋଗୁଁ ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ତେ ବାହାରକୁ ବାହାରି ପଡ଼ିଥିଲେ।ପାଣିରେ ପହଁରି ପହଁରି ବାହାରକୁ ଆସିଥିଲେ।ପରେ ପୋଲିସ ଘୋଟଣାସ୍ଥଳରେ ପହଂଚି ଏକ କ୍ରେନ ଯୋଗେ କେନାଲରୁ କାରକୁ ଉଦ୍ଧାର କରିଥିଲେ।
ଜୟନ୍ତଗିରି ଗ୍ରାମବାସୀ କହିଛନ୍ତି କି ଜାତୀୟ ରାଜପଥରେ ବଡ଼ ବଡ଼ ଖାଲ ଯୋଗୁଁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଆଜି ବି ଏହି ଖାଲ ଯୋଗୁ ଏକ ବଡ ଦୁର୍ଘଟଣା ଘଟିଥିଲା କିନ୍ତୁ ସୌଭାଗ୍ୟ ବସତ ବର୍ତି ଯାଇଥିଲେ ଯାତ୍ରୀ ଓ ଡ୍ରାଇଭର । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି ସ୍ଥାନିୟଲୋକ ।