ସାଳ ଗଛରେ ପିଟି ହୋଇ ଜଳିଗଲା କାର
1 min readମୟୁରଭଞ୍ଜ; ଠାକୁରମୁଣ୍ଡା ଥାନା କରଞ୍ଜିଆ ଠାକୁରମୁଣ୍ଡା ରାସ୍ତା ରୁଗୁଡ଼ିବେଡ଼ା ଚମକପୁର ନିକଟରେ କାର୍ ଦୁର୍ଘଟଣା ଗ୍ରସ୍ତ। ପ୍ରଥମେ ଗଛରେ ପିଟି ହେବା ପରେ ଗାଡ଼ିରୁ ଧୁଆଁ ବାହାରିଥିଲା ଏବଂ ନିଆଁ ଲାଗି ଜଳିଗଲା କାର। ସ୍ଥାନୀୟ ଲୋକଙ୍କ ଦ୍ବାରା ଦୁଇ ଗୁରୁତର ଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା ।
ଘଟଣା ସ୍ଥଳରେ ଠାକୁରମୁଣ୍ଡା ଥାନା ପୋଲିସ ଏବଂ ଠାକୁରମୁଣ୍ଡା ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଗାଡ଼ିରେ ୩ ଜଣ ଯୁବକ ଥିଲେ। ସମସ୍ତ ଙ୍କ ର ଘର କରଞ୍ଜିଆ ବ୍ଲକ ଟାଟ ଅଞ୍ଚଳରେ। ବାହାଘର ପାଇଁ ମାର୍କେଟକିଙ୍ଗ କରିବାକୁ କରଞ୍ଜିଆ ରୃ ଭୁବନେଶ୍ଵର ପାଉଥିଲେ। ଗାଡି ନମ୍ବର ODOIC 4022 ।ଜଣଙ୍କର ଛାତିରେ ଆଘାତ ଲାଗିଥିବାରୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି