ଆଜିଠୁ ଭଙ୍ଗା ହେବ ତିନି ଠାକୁରଙ୍କ ରଥ ।
1 min readନିଳାଦ୍ରୀବିଜେ ପରେ ଶ୍ରୀହୀନ ହୋଇପଡିଥିଲେ ତିନି ରଥ। ଆଜିଠୁ ଭଙ୍ଗା ହେବ ତିନି ଠାକୁରଙ୍କ ରଥ । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ୟ୍ୟ।
ତେବେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାମ ଆରମ୍ଭ ହୋଇଛି। ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବ ।
ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ। ତା ପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି। ଏହା ପରେ ସବୁ ଅଂଶକୁ ଭଙ୍ଗା ଯିବ। ତେବେ ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ। ସେହିପରି ତିନି ରଥ ଭଙ୍ଗା କାମ ୧୦ରୁ ୧୨ ଦିନ ଭିତରେ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ଭୋଇ ସର୍ଦ୍ଦାର।