Pratidin TV

Odisha's Digital News Platform

ବଦଳି ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସଚିବମାନଙ୍କୁ ଚିଠି କଲେ ମୁଖ୍ୟ ଶାସନ ସଚିବ 

1 min read

ଚାପରେ ପ୍ରଶାସନ | ବଦଳି ପାଇଁ ଆସୁଛି ମାଳମାଳ ସୁପାରିଶ | ଯେଉଁ କାରଣ ପାଇଁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ | ତେବେ ବର୍ତ୍ତମାନ ବଦଳି କିମ୍ବା ପୋଷ୍ଟିଙ୍ଗ ପାଇଁ ଚାପ ପକାଇଲେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ | ଏନେଇ ସବୁ ବିଭାଗର ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ | ରାଜ୍ୟ ସରକାର ଏକ ନୂଆ ପ୍ଲାନ ସହିତ ଏକ ପ୍ରକାର ନିୟମ ଉଲଂଘନକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର | ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ତାଙ୍କର ଚଇତିରେ ଦର୍ଶାଇଛନ୍ତି ଯେ, ଅତ୍ୟଧିକ ଚାପ ପକାଇବା ଏପରି ଅଭ୍ୟାସ ହେଉଛି ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ ୧୯୫୯ ନିୟମ ୨୩ ର ସ୍ପଷ୍ଟ ଉଲଂଘନ | କୌଣସି ସରକାରୀ କର୍ମଚାରୀ କିମ୍ବା ପଦନ୍ବିତ ବେତନ ଏବଂ ଅନ୍ୟାନ୍ୟ ସେବା ସର୍ତ୍ତ ଅନୁଯାୟୀ ତାଙ୍କର ନିଯୁକ୍ତିକୁ ନେଇ ନିଜର ସ୍ୱାର୍ଥ କୁ ପୁରାଣ କରିବା ପାଇଁ କୌଣସି ମଧ୍ୟ ପ୍ରଭାବକୁ ଆଣିବାକୁ କିମ୍ବା ଚେଷ୍ଟା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ |

ସରକାରୀ ଅଖଣ୍ଡତା ଓ ଆଚରଣର ସର୍ବୋଚ୍ଚମାନ ବଜାୟ ରଖିଲେ ସମସ୍ତ ସେବା ପ୍ରସଙ୍ଗରେ ନ୍ୟାୟ ଏବଂ ସ୍ୱଚ୍ଛତାର ନୀତି ବଜାୟ ରଖିବେ ବୋଲି ଆଶା କରଯାଉଛି | ଯଦି ଏହି ନିୟମ କେହି ଉଲଘଂନ କରନ୍ତି ତେବେ ସେମାନଙ୍କ ବିରୋଧର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି | ତେବେ କର୍ମଚାରୀମାନେ ନିଜ ପସନ୍ଦର ବଦଳି ପାଇଁ ବାରମ୍ବାର ବାହ୍ୟ ଚାପ ନ ପକାଇବାକୁ ଚେତାବନୀ ଦିଆଯାଇଛି | ତେବେ ଏଥିରେ ବିଧାୟକ ସାଂସଦଙ୍କ ସହ ଶାସକ ଦଳର କିଛି ନେତା ମଧ୍ୟ ସାମିଲ ଅଛନ୍ତି | ଗୋଟିଏ ଗୋଟିଏ ଜାଗାକୁ ଏକାଧିକ ନେତା ନିଜ ପସନ୍ଦ ମୁତାବକ ଅଧିକାରୀଙ୍କ ନାଁ ସୁପାରିଶ କରୁଛନ୍ତି ଫଳରେ ମନ୍ତ୍ରୀ ଓ ସଚିବ କାହା ସୁପାରିଶ ପାଳନ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି | ଯେଉଁମାନେ ସୁପାରିଶ କରୁଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲବି ମଧ୍ୟ କରୁଛନ୍ତି |

Advertisement

Leave a Reply

Your email address will not be published. Required fields are marked *